ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା, ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌
ଖୋର୍ଦ୍ଧା, ୨୭ ସେପ୍ଟେମ୍ବର (ହି.ସ.) - ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା ମାମଲାର ରାୟ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତି କରି ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ ରଞ୍ଜୁଲତା ଲେଙ୍କା ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ୍ ଦଣ୍
ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା, ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌


ଖୋର୍ଦ୍ଧା, ୨୭ ସେପ୍ଟେମ୍ବର (ହି.ସ.) - ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା ମାମଲାର ରାୟ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତି କରି ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ ରଞ୍ଜୁଲତା ଲେଙ୍କା ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏଥି ସହିତ ୧୦ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ମାସ କରାଦଣ୍ଡ ପାଇଁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ସୂଚନା ମୁତାବକ, ୨୦୧୯ ମସିହା ଜାନୁଆରି ୩୦ ତାରିଖ ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା। ବାଘମାରୀ ଥାନା କଂଟାମାଇଲ ଗ୍ରାମର ଗୋପାଳ ଚନ୍ଦ୍ର ପାତ୍ର ନୂଆ ଘର ତିଆରି କରୁଥିଲେ। ତାଙ୍କ ଘରେ ବାଙ୍କୀ ଓଗାଲପଡ଼ାର ନରେନ୍ଦ୍ର ମହାରଣା ଓରଫ ବାବୁଲିଙ୍କୁ ଦେଖାଶୁଣା ପାଇଁ ରଖିଥିଲେ। ଘଟଣା ଦିନ ଗୋପାଳଙ୍କ ପୁଅ ସତ୍ୟବ୍ରତ ନୂଆ ଘରେ ଶୋଇଥିଲା। ଅଭିଯୁକ୍ତ ନରେନ୍ଦ୍ର ମଦ୍ୟପାନ କରି ଶୋଇଥିବା ଅବସ୍ଥାରେ ତାଙ୍କ ପୁଅକୁ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିଲେ। ଏନେଇ ଗୋପାଳ ଖୋର୍ଦ୍ଧା ଆଦର୍ଶ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତି କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଖଟ ତଳେ ଥିବା ରକ୍ତ ଲଗା ଟାଙ୍ଗିଆକୁ ନେଇ ଆଦର୍ଶ ଥାନା ପୁଲିସ ସାଇଂଟିଫିକ ଟିମ ସହାୟତାରେ ତଦନ୍ତ କରିଥିଲା କ୍ଷ ଘଟଣାର ୯ମାସ ପରେ ଅଭିଯୁକ୍ତ ଗିରଫ ହୋଇଥିଲା। ଯାହାର ରାୟ ଆଜି ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ଓ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରଜନୀକାନ୍ତ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande