ଓଡିଶା ଟ୍ରାନ୍ସଫର୍ମର ମାନୁଫାକ୍ଚରର୍ସ ଆସୋସିଏସନ୍‌ର ପକ୍ଷରୁ ନୂଆଖାଇ ଭେଟଘାଟ୍‌
ସମ୍ବଲପୁର, ୨୭ ସେପ୍ଟେମ୍ବର (ହି.ସ.) - ଓଡିଶା ଟ୍ରାନ୍ସଫର୍ମର ମାନୁଫାକ୍ଚରର୍ସ ଆସୋସିଏସନ୍‌ର ପକ୍ଷରୁ ସମ୍ବଲପୁରରେ ମହାସମାରୋହରେ ନୂଆଖାଇ ଭେଟଘାଟ୍ ପାଳିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଅଂଚଳର କାରଖାନାର ମାଲିକ, ପ୍ରତିନିଧି ଓ କର୍ମଚାରୀମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ସଂଘର ଅଧ୍ୟକ
ଓଡିଶା ଟ୍ରାନ୍ସଫର୍ମର ମାନୁଫାକ୍ଚରର୍ସ ଆସୋସିଏସନ୍‌ର ପକ୍ଷରୁ ନୂଆଖାଇ ଭେଟଘାଟ୍‌


ସମ୍ବଲପୁର, ୨୭ ସେପ୍ଟେମ୍ବର (ହି.ସ.) - ଓଡିଶା ଟ୍ରାନ୍ସଫର୍ମର ମାନୁଫାକ୍ଚରର୍ସ ଆସୋସିଏସନ୍‌ର ପକ୍ଷରୁ ସମ୍ବଲପୁରରେ ମହାସମାରୋହରେ ନୂଆଖାଇ ଭେଟଘାଟ୍ ପାଳିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଅଂଚଳର କାରଖାନାର ମାଲିକ, ପ୍ରତିନିଧି ଓ କର୍ମଚାରୀମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ସଂଘର ଅଧ୍ୟକ୍ଷ ଶାରଦା ଦାସ ଇଟିଏନ ସଲୁସନ୍‌ର ଟ୍ରାନ୍ସଫର୍ମର ଶିଳ୍ପ ପାଇଁ ପ୍ରସ୍ତୁତ “ଅପରେସନାଲ୍ ସଫ୍ଟୱେର”ର ଲୋକାର୍ପଣ କରିଥିଲେ । ଏହି ସଫ୍ଟୱେର ଦ୍ୱାରା ଶିଳ୍ପର ଦିନ ନିଶା କାର୍ଯ୍ୟ, ଉତ୍ପାଦନ ଓ ତଥ୍ୟ ସଂଗ୍ରହ କାମକୁ ଆହୁରି ସହଜ ଓ ନିୟମିତ କରିବାରେ ସହାୟତା ମିଳିବ ବୋଲି ଶ୍ରୀ ଦାସ କହିଛନ୍ତି। ସଭାରେ ବିଭିନ୍ନ ଶିଳ୍ପ ସମସ୍ୟା, ବଜାରର ପରିସ୍ଥିତି, ଏବଂ ବିଦ୍ୟୁତ୍ ବିତରଣ କମ୍ପାନୀ ସହିତ ଥିବା ଅସୁବିଧାକୁ ନେଇ ବିଶେଷ ଆଲୋଚନା ହୋଇଥିଲା। ଏହାକୁ ନେଇ ଆସନ୍ତା ଛଅମାସୀୟ ଯୋଜନା ଓ ରୋଡ୍‌ମ୍ୟାପ୍ ଉପରେ ବିଶେଷ ଚର୍ଚ୍ଚା କରାଯାଇ ଏହି ସମସ୍ୟାର ସମାଧାନ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ଆନନ୍ଦ ଉଲ୍ଲାସର ସହ ନୁଆଖାଇ ଭେଟଘାଟ୍ ପାଳନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande