ବଲାଙ୍ଗିର, ୨୭ ସେପ୍ଟେମ୍ବର (ହି.ସ.)- ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱ ବିଦ୍ୟାଳୟର ସଂଲଗ୍ନ କଲେଜ ଗୁଡିକରୁ ୧୦୦ ରୁ ଅଧିକ ପ୍ରସ୍ତାବ ଆସିଥିଲା । ଜିଲ୍ଲା ଶିଳ୍ପ କାର୍ଯ୍ୟାଳୟ ପ୍ରତିନିଧି, ଶିକ୍ଷାବିତ ଓ ଉଦ୍ୟୋଗୀମାନଙ୍କୁ ନେଇ ଗଠିତ ପେନାଲ ୧୬ଟି ପ୍ରସ୍ତାବକୁ ଗ୍ରାଣ୍ଡ ଫେନାଲରେ ଜୁରି ଶ୍ରେଷ୍ଠ ୫ଟି ଷ୍ଟାଟପ୍ ପ୍ରସ୍ତାବକୁ ବିଜେତା ପାଇଁ ଚୟନ କରାଯାଇଥିଲା । ଏଥିରେ ବିଇଡି କଲେଜର ଲିନାରାଣୀ ମିଶ୍ର, ମହିଳା କଲେଜର ଋତିକା ଦାଶ, ପାଟଣେଶ୍ୱରୀ ମହିଳା ଡିଗ୍ରୀ କଲେଜର ଅଙ୍କିତା ନାଏକ, ଆଗଲପୁର କଲେଜର ଜୁତୁ ଦୋରା ଓ ରାଜେନ୍ଦ୍ର କଲେଜର ଆକାଶ ଖମାରୀ ବିଜୟୀ ହୋଇଥିଲେ । ପ୍ରତ୍ୟେକ ବିଜେତାକୁ ୧ ଲକ୍ଷ ଟଙ୍କାର ପ୍ରୋତ୍ôସାହନ ରାଶି ଦିଆଯାଇଥିଲା ।
ଡାକ୍ତର ଦେବବ୍ରତ ଦଣ୍ଡସେନା ସଂପୂଣ୍ଣ କାର୍ଯ୍ୟକ୍ରମକୁ ପରିଚାଳିତ କରିଥିବା ବେଳେ ବିଶ୍ୱ ବିଦ୍ୟାଳୟର ଚେୟାରମେନ, ରେଜିଷ୍ଟାର ଓ ଡେପୁଟି ରେଜିଷ୍ଟାର ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ଛାତ୍ର ଛାତ୍ରୀଙ୍କ ଉଦ୍ୟମିତା ଓ ନବିନତାକୁ ପ୍ରକାଶ କରିବ ବୋଲି ବିଶ୍ୱ ବିଦ୍ୟାଳୟ ପ୍ରକାଶ କରିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ