ରାଷ୍ଟ୍ର ସେଵିକା ସମିତି ପକ୍ଷରୁ ପଥ ସଞ୍ଚଳନ
କେନ୍ଦୁଝର, ୨୭ ସେପ୍ଟେମ୍ବର (ହି.ସ.)- ବିଜୟାଦଶମୀ -ଧର୍ମ, ସତ୍ୟ, ଶକ୍ତି ଓ ସଂସ୍କୃତିର ବିଜୟ ପର୍ବ ଏବଂ ରାଷ୍ଟ୍ର ସେବିକା ସମିତିର ସ୍ଥାପନା ଦିବସ। ଏହି ପବିତ୍ର ଅବସରରେ ଆଜି ରାଷ୍ଟ୍ର ସେବିକା ସମିତି କେନ୍ଦୁଝର ଦ୍ବାରା ଏକ ବିଶାଳ ପଥ ସଞ୍ଚଳନ ଆୟୋଜିତ ହୋଇଛି। ସ୍ଥାନୀୟ କାଳୀ ପଡ଼ିଆରୁ ଏକ ବିରାଟ ଶୋଭା
Rss sebika samiti pathasanchalan


କେନ୍ଦୁଝର, ୨୭ ସେପ୍ଟେମ୍ବର (ହି.ସ.)- ବିଜୟାଦଶମୀ -ଧର୍ମ, ସତ୍ୟ, ଶକ୍ତି ଓ ସଂସ୍କୃତିର ବିଜୟ ପର୍ବ ଏବଂ ରାଷ୍ଟ୍ର ସେବିକା ସମିତିର ସ୍ଥାପନା ଦିବସ। ଏହି ପବିତ୍ର ଅବସରରେ ଆଜି ରାଷ୍ଟ୍ର ସେବିକା ସମିତି କେନ୍ଦୁଝର ଦ୍ବାରା ଏକ ବିଶାଳ ପଥ ସଞ୍ଚଳନ ଆୟୋଜିତ ହୋଇଛି। ସ୍ଥାନୀୟ କାଳୀ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଅଡିଟୋରିୟମକୁ ଆସିଥିଲେ। ଏହାପରେ ଅଡିଟୋରିୟମରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଇଥିଲା।

ଏଥିରେ ଆଦରଣୀୟା ସୁଶ୍ରୀ ଲତିକା ପାଢ଼ୀ, କ୍ଷେତ୍ର ପ୍ରଚାରିକା (ଓଡ଼ିଶା, ପଶ୍ଚିମବଙ୍ଗ, ଆଣ୍ଡାମାନ) ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ଉତ୍ସାହ ଦେବାପାଇଁ ପ୍ରଫେସର ଚିନ୍ମୟୀ ମହାପାତ୍ର (ଅଧ୍ଯକ୍ଷା, ଧରଣୀଧର ଭେଷଜ ମହାବିଦ୍ୟାଳୟ, କେନ୍ଦୁଝର) ମୁଖ୍ୟ ଅତିଥୁ ରୂପେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଏକ ହଜାରରୁ ଉର୍ଦ୍ଧ୍ବ ରାଷ୍ଟ୍ର ସେବିକା ସମିତିର ସ୍ଵୟଂସେବିକା ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande