ଭଦ୍ରକ, ୨୭ ସେପ୍ଟେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ସେବା ପକ୍ଷ’ ଅବସରରେ ଆଜି ଭଦ୍ରକ ବିଧାୟକଙ୍କ କାର୍ଯ୍ୟାଳୟରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏବଂ ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ଉପସ୍ଥିତିରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଶିବିରରେ ୧୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜିଲ୍ଲା ପରିଷଦ ମଳୟ ଜେନା, ମହିଳା ମୋର୍ଚ୍ଚା ର ସଭାପତି ଙ୍କ ସମେତ ସମସ୍ତ ସଦସ୍ୟ, ସମସ୍ତ ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତାମାନେ ଏହି ରକ୍ତଦାନ ଶିବିରରେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ