ଜୟପୁର, ୨୭ ସେପ୍ଟେମ୍ବର (ହି.ସ.) - ଫେରାର ୪ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଫାମ୍ପୁଣି ଗ୍ରାମର ଦୁର୍ଯ୍ୟଧନ ବାଘ (୩୫) ଭୀମ ବାଘ (୩୦) ଧନ ଏଲିୟସ ଧନୁ ହରିଜନ (୩୫) ବୁଟି ଏଲିୟସ ଭକ୍ତ ରାମ ହରିଜନ (୪୫) । ସୂଚନା ଅନୁଯାଇ ଫାମ୍ପୁଣି ଗ୍ରାମର ୪ ଅଭିଯୁକ୍ତ ନାମରେ ଜୟପୁର ସଦର ଥାନାରେ ୨୦୧୬ ମସିହାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେମାନେ ଫେରାର ଥିବା ବେଳେ ଆଜି ଗିରଫ କରି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି