ଓସିଏସ୍ ପରୀକ୍ଷାରେ ବଲାଙ୍ଗୀରରୁ ୭ଜଣ କୃତକାର୍ଯ୍ୟ: ପ୍ରଥମ ଉଦ୍ୟମରେ ୧୭ର‌୍ୟାଙ୍କରେ ସୁପ୍ରିୟା ମିଶ୍ର
ବଲାଙ୍ଗୀର, ୨୭ ସେପ୍ଟେମ୍ବର(ହି.ସ.) – ଶୁକ୍ରବାର ଦିନ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାଫଳ ପ୍ରକାଶ ପାଇଛି ଓ ଏଥିରେ ବଲାଙ୍ଗୀର ଜିଲ୍ଲାର ୭ଜଣ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି। କେବଳ ବଲାଙ୍ଗୀର ସହରରୁ ୪ଜଣ ଯୁବକ/ଯୁବତୀ ଏଥିରେ କୃତକାର୍ଯ୍ୟ ହୋଇଥିବାବେଳେ ଟିଟିଲାଗଡ଼ରୁ ଦୁଇଜଣ ଓ କଂଟାବାଞ୍ଜିରୁ ଜଣେ କୃତକ
ଓସିଏସ ପରୀକ୍ଷାରେ ବଲାଙ୍ଗିର ରୁ ୭ଜଣ କୃତକାର୍ଯ୍ୟ; ପ୍ରଥମ ଉଦ୍ୟମ ରେ ୧୭ର‌୍ୟାଙ୍କ ରେ ସୁପ୍ରୀୟା ମିଶ୍ର


ଓସିଏସ ପରୀକ୍ଷାରେ ବଲାଙ୍ଗିର ରୁ ୭ଜଣ କୃତକାର୍ଯ୍ୟ; ପ୍ରଥମ ଉଦ୍ୟମ ରେ ୧୭ର‌୍ୟାଙ୍କ ରେ ସୁପ୍ରୀୟା ମିଶ୍ର


ବଲାଙ୍ଗୀର, ୨୭ ସେପ୍ଟେମ୍ବର(ହି.ସ.) – ଶୁକ୍ରବାର ଦିନ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାଫଳ ପ୍ରକାଶ ପାଇଛି ଓ ଏଥିରେ ବଲାଙ୍ଗୀର ଜିଲ୍ଲାର ୭ଜଣ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି। କେବଳ ବଲାଙ୍ଗୀର ସହରରୁ ୪ଜଣ ଯୁବକ/ଯୁବତୀ ଏଥିରେ କୃତକାର୍ଯ୍ୟ ହୋଇଥିବାବେଳେ ଟିଟିଲାଗଡ଼ରୁ ଦୁଇଜଣ ଓ କଂଟାବାଞ୍ଜିରୁ ଜଣେ କୃତକାର୍ଯ୍ୟ ହୋଇଛନ୍ତି। ବଲାଙ୍ଗୀର ସହରରୁ ସୁପ୍ରୀୟା ମିଶ୍ର(୧୭ର‌୍ୟାଙ୍କ), ରୋଶନ ପଟେଲ(୭୯ର‌୍ୟାଙ୍କ), ଅଟଳ ଦାସ(୨୦୧ର‌୍ୟାଙ୍କ), ଆଶିଷ ସୁନା(୨୭୪ ର‌୍ୟାଙ୍କ), ମୁରିବାହାଲ କନ୍ଦାଖାଲର ହେମରାଜ କୁମ୍ଭାର(୨୫୪ ର‌୍ୟାଙ୍କ), ଟିଟିଲାଗଡ଼ ଖୋଲାନର ବିଶାଳ ମହାନନ୍ଦ(୨୮୨ର‌୍ୟାଙ୍କ) ଓ କଂଟାବାଞ୍ଜିର ସଂଗୀତା ଜିନ୍ଦଲ(୨୮୮ ର‌୍ୟାଙ୍କ)ରେ ରହି କୃତକାର୍ଯ୍ୟ ହୋଇଛନ୍ତି। ବଲାଙ୍ଗୀର ସହର ତାଲପାଲି ପଡ଼ାର ଅବସରପ୍ରାପ୍ତ ଶିକ୍ଷକ କୁଳମଣୀ ମିଶ୍ର ଓ ଅବସରପ୍ରାପ୍ତ କୃଷି ପର୍ଯ୍ୟବେକ୍ଷକ ଶାନ୍ତିଲତା ମିଶ୍ରଙ୍କ ଝିଅ ସୁପ୍ରୀୟା(୨୬) ତାଙ୍କର ପ୍ରଥମ ପ୍ରୟାସରେ ୧୭ ତମ ର‌୍ୟାଙ୍କରେ ରହି ସଫଳ ହୋଇଛନ୍ତି। ସୁପ୍ରୀୟା ମିଶ୍ର ବୁର୍ଲା ଭିସୁଟ ଇଞ୍ଜିନିୟରି କଲେଜରୁ ୨୦୨୩ରେ ବିଜ୍ଞାନରେ ସମନ୍ୱିତ ସ୍ନାତକୋତରରେ ପାସ୍ କରି ଘରେ ରହି ଆଭାସୀ ଜରିଆରେ ଓସିଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ରମ୍ଭା ସିଣ୍ଢୋଲ ଗାଁ ମୂଳ ନିବାସୀ ତଥା ଏବେ କନ୍ଧପାଲି ପଡ଼ାର ସେ ଗୌରବ ବଢାଇଛନ୍ତି। ବଲାଙ୍ଗୀର ମାଧିଆ ପାଲି ଗାଁର ସ୍ୱର୍ଗତ ଗିରିଶ ଚନ୍ଦ୍ର ପଟେଲ ଓ ଜ୍ୟୋତ୍ସ୍ନା ପଟେଲଙ୍କ ପୁଅ ରୋଶନ ପଟେଲ ୭୯ ର‌୍ୟାଙ୍କରେ ରହିଛନ୍ତି। ସେ ମାଟ୍ରିକ ପରେ ନବୋଦୟ କଲେଜରେ ଯୁକ୍ତଦୁଇ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସ୍ନାତକ ପାସ କରି ଓ ସିଏସ ପାଇଁ ପ୍ରସ୍ତୁତ ହୋଇଥିଲେ। ସେହିପରି ମାଲପଡା ର ରାମ ଦାସ ଓ ଅନୟା ଦାସଙ୍କ ପୁଅ ଅଟଳ ଦାସ ୨୦୧ ର‌୍ୟାଙ୍କ ରେ ରହିଛନ୍ତି। ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ସାମାଜିକ ବିଜ୍ଞାନରେ ସ୍ନାତକୋତର ପାସ କଲାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଇନ ପାଠ ପଢୁଛନ୍ତି। ଠିକ ସେହିପରି ତାଲପାଲିପଡ଼ାର ଅବସରପ୍ରାପ୍ତ ପୁଲିସ ଏସ୍‌ଆଇ ଅଷ୍ଟମ ସୁନା ଓ ସୀତା ସୁନାଙ୍କ ପୁଅ ଆଶିଷ ସୁନା ୨୭୪ ର‌୍ୟାଙ୍କରେ ରହି କୃତକାର୍ଯ୍ୟ ହୋଇଛନ୍ତି। ଆଶିଷ ୨୦୧୪ରୁ ୨୦୧୯ ଯାଏଁ ଆଇଆଇଟି ମାଡ୍ରାସରୁ ଡିଗ୍ରୀ ହାସଲକରି ୨୦୨୦ ମସିହାରେ ଷ୍ଟେଟବ୍ୟାଙ୍କ ପିଓ ଚାକିରି କରୁଥିଲେ। ଏବେ ସେ ଓସିଏସରେ ସଫଳ ହୋଇଛନ୍ତି। ସେହିପରି ଟିଟିଲାଗଡ଼ ନିକଟସ୍ଥ କନ୍ଦାଖାଲ ଗାଁର ମାଗି କୁମ୍ଭାର ଓ ଶ୍ରୀମତୀ କୁମ୍ଭାରଙ୍କ ପୁଅ ହେମରାଜ କୁମ୍ଭାର ୨୫୪ ର‌୍ୟାଙ୍କ ଓ ଖୋଲାନର ବାଲେକ ମହାନନ୍ଦଙ୍କ ପୁଅ ବିଶାଳ ମହାନନ୍ଦ ୨୮୨ ର‌୍ୟାଙ୍କରେ ରହି କୃତକାର୍ଯ୍ୟ ହୋଇଛନ୍ତି। କଂଟାବାଞ୍ଜି ସହରର ସିଭିଲ ଇଞ୍ଜିନିୟର କମଲ କିଶୋର ଜିନ୍ଦଲ ଙ୍କ ଧର୍ମପତ୍ନୀ ସଂଗୀତା ଜିନ୍ଦଲ ୨୮୮ ର‌୍ୟାଙ୍କରେ ରହି ଓ ସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଜିଲ୍ଲାର ବିଭିନ୍ନ ମହଲରୁ ଏମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande