ନବରାତ୍ରର ଷଷ୍ଠ ଦିବସରେ ମା ସମଲେଶ୍ଵରୀଙ୍କ କାତ୍ୟାୟନୀ ବେଶ
ବଲାଙ୍ଗିର, ୨୭ ସେପ୍ଟେମ୍ବର (ହି.ସ.)- ଶାରଦୀୟ ନବରାତ୍ରୀ ଷଷ୍ଠ ଦିବସରେ ମା ସମଲେଶ୍ଵରୀ ମା ଦୁର୍ଗା, ମା ପାଟନେଶ୍ୱରି ସମେତ ସମସ୍ତ ଦେବୀ ପୀଠରେ ଆଜି ମା କାତ୍ୟାୟନୀ ରୂପରେ ପୂଜା ପାଉଛନ୍ତି । ବଲାଙ୍ଗିର ସହର ମଧ୍ୟରେ ନବଡିନାତ୍ମକ ସାର୍ବଜନୀନ ଦୁର୍ଗାପୂଜା ହେଉଥିବା ବିଭିନ୍ନ ଆଠ ଗୋଟି ପୁଜା ମେଢ଼ରେ ମ
ନବରାତ୍ର ର ଷଷ୍ଠ ରୂପରେ ମା ସମଲେଶ୍ଵରୀ ମା ଦୁର୍ଗା କାତ୍ୟାୟନୀ ରୂପରେ ଦର୍ଶନ ଦେଲେ


ନବରାତ୍ର ର ଷଷ୍ଠ ରୂପରେ ମା ସମଲେଶ୍ଵରୀ ମା ଦୁର୍ଗା କାତ୍ୟାୟନୀ ରୂପରେ ଦର୍ଶନ ଦେଲେ


ବଲାଙ୍ଗିର, ୨୭ ସେପ୍ଟେମ୍ବର (ହି.ସ.)- ଶାରଦୀୟ ନବରାତ୍ରୀ ଷଷ୍ଠ ଦିବସରେ ମା ସମଲେଶ୍ଵରୀ ମା ଦୁର୍ଗା, ମା ପାଟନେଶ୍ୱରି ସମେତ ସମସ୍ତ ଦେବୀ ପୀଠରେ ଆଜି ମା କାତ୍ୟାୟନୀ ରୂପରେ ପୂଜା ପାଉଛନ୍ତି । ବଲାଙ୍ଗିର ସହର ମଧ୍ୟରେ ନବଡିନାତ୍ମକ ସାର୍ବଜନୀନ ଦୁର୍ଗାପୂଜା ହେଉଥିବା ବିଭିନ୍ନ ଆଠ ଗୋଟି ପୁଜା ମେଢ଼ରେ ମା କାତ୍ୟାୟନୀ ବେଶରେ ପୂଜା ପାଇଛନ୍ତି।

ଶାସ୍ତ୍ର ଅନୁସାରେ ଏହି ଦିନ ଆଦି ଶକ୍ତି ମା’ ଦୁର୍ଗାଙ୍କୁ କାତ୍ୟାୟନୀ ରୂପରେ ପୂଜା କରାଯାଏ। ଦେବୀଙ୍କ ଏହି ସ୍ଵରୂପକୁ କନ୍ୟାମାନେ ପୂଜା କଲେ ଯୋଗ୍ୟ ଜୀବନସାଥୀ ପ୍ରାପ୍ତ ହୋଇଥାଏ ବୋଲି ମାନ୍ୟତା ଅଛି । ମାତାଙ୍କ ଅଲୌକିକ ତେଜ ଏବଂ ପ୍ରତାପରେ ରୋଗ, ଶୋକ, ସଂତାପ, ଭୟ ବିନାଶ ହୋଇଥାଏ। ମା’ କାତ୍ୟାୟନୀ ତାଙ୍କ ଭକ୍ତଙ୍କ ପ୍ରତି ସର୍ବଦା ଉଦାର ଭାବ ରଖିଥାନ୍ତି। ମା’ କାତ୍ୟାୟନୀ ଚତୁର୍ଭୁଜା ହୋଇଥିବାବେଳେ, ଦୁଇ ହାତରେ କମଳ ଓ ଖଣ୍ଡାଧରି ବସିଛନ୍ତି, ଆଉ ଅନ୍ୟ ଦୁଇହାତ ଜଗତର ମଙ୍ଗଳ ପାଇଁ ଆଶୀର୍ବାଦ ଦେଉଛନ୍ତି । ମାଆଙ୍କର ବାହାନ ହେଉଛି ସିଂହ। ଏହି ରୂପରେ ମା’ଙ୍କର ତେଜମୟୀ ଭାବରେ ଭକ୍ତଙ୍କ ମନୋକାମନା ପୂର୍ଣ୍ଣ କରିଥାନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande