ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର (ହି.ସ.) - ଲଦାଖ ହିଂସା ଘଟଣାରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅଧିନରେ କର୍ମୀ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦୃଢ଼ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ଯେ, ଏହି ପଦକ୍ଷେପ ସରକାରଙ୍କ ଅବହେଳା ଏବଂ ସମ୍ବେଦନଶୀଳତାକୁ ପ୍ରତିଫଳିତ କରେ । ଖଡ଼ଗେ ଏକ୍ସରେ ଲେଖିଛନ୍ତି ଯେ, ଲଦାଖ ପରିସ୍ଥିତିର ପରିଚାଳନାରେ ସରକାରଙ୍କ ଗମ୍ଭୀର ତ୍ରୁଟି ଏବଂ ପରବର୍ତୀ ସମୟରେ କଠୋର ଏନଏସଏ ଅଧିନରେ ସୋନମ ୱାଙ୍ଗଚୁଙ୍ଗଙ୍କ ଗିରଫଦାରୀକୁ ଭାରତୀୟ ଜାତୀୟ କଂଗ୍ରେସ ଦୃଢ଼ ନିନ୍ଦା କରୁଛି । ସେ କହିଥିଲେ ଯେ, ଏହି ସମ୍ପୂର୍ଣ୍ଣ ସଙ୍କଟର ମୂଳ ହେଉଛି ଲଦାଖର ଲୋକଙ୍କ ଆକାଂକ୍ଷା ପ୍ରତି ନିରନ୍ତର ବିଶ୍ୱାସଘାତକତା । କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ, ଲଦାଖରେ ଏକ ବର୍ଷରୁ ଅଧିକ ସମୟ ଧରି ଅଶାନ୍ତିର ବାତାବରଣ ରହିଛି ଏବଂ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ପାଇଁ ଲୋକଙ୍କ ଦାବିକୁ ଧୈର୍ଯ୍ୟର ସହିତ ଶୁଣିବା ପରିବର୍ତେ ମୋଦୀ ସରକାର ହିଂସାର ଜବାବ ଦେଉଛନ୍ତି । ବିଜେପି ଏହି ଅଂଚଳକୁ ଷଷ୍ଠ ଅନୁସୂଚୀ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରାଯାଇଛି । ସେ କହିଛନ୍ତି ଯେ, କଂଗ୍ରେସ ଦଳ ଲଦାଖରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଚାହୁଁଛି । ଦଶନ୍ଧି ଧରି କଂଗ୍ରେସ ଦଳ ସୁନିଶ୍ଚିତ କରିଛି ଯେ, ଏହି ସୀମାନ୍ତ ଅଂଚଳକୁ ସୁରକ୍ଷିତ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ