ହାଇଦ୍ରାବାଦ, ୨୭ ସେପ୍ଟେମ୍ବର(ହି.ସ.) – ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଏବଂ ଏହାର ଆଖପାଖର ଅଂଚଳରେ ବର୍ଷା କାରଣରୁ ଜାଗା ଜାଗାରେ ଜଳଭର୍ତି ସ୍ଥିତି ସୃଷ୍ଟି ହୋଇଛି। ଶନିବାର ଦିନ ହୋଇଥିବା ପ୍ରବଳ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି। ମୁସଳଧାର ବର୍ଷା ପରେ ସହରର ଜୀବନରେଖା ମୁସୀ ନଦୀ ବିପଦ ସଂକେତ ଉପରେ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟ ଜାରି ରହିଛି।
ପ୍ରବଳ ବର୍ଷା ଏବଂ ମୁସୀ ନଦୀରେ ଜଳବୃଦ୍ଧିରେ ହାଇଦ୍ରାବାଦ ସମେତ ତେଲେଙ୍ଗାନାର କେତେକ ଅଂଚଳରେ ପାଣି ଭରିଯାଇଛି। ଉଦ୍ଧାରକାରୀ ଦଳ ପ୍ରାୟ ୧୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇଛନ୍ତି ଏବଂ ସେମାନଙ୍କୁ ଥଇଥାନ ଶିବିରମାନଙ୍କରେ ରଖାଇଛନ୍ତି। ଏଠାରେ ପ୍ରଭାବିତ ପରିବାରଙ୍କ ପାଇଁ ଭୋଜନ ଏବଂ ଜରୁରୀ ଜିନିଷର ବ୍ୟବସ୍ଥା କରାଯାଇଛି। କେତେକ ଘର ପାଣିରେ ବୁଡ଼ିଯାଇଛି।
ସହରରେ ପ୍ରବଳ ବର୍ଷା କାରଣରୁ ମୁସୀ ନଦୀ ବିପଦ ସଂକେତ ସ୍ତରରେ ବହିଯାଇଛି। ହାଇଦ୍ରାବାଦର ଦୁଇ ଜଳାଶୟ ଉସ୍ମାନ ସାଗର ଏବଂ ହିମାୟତ ସାଗରର ଦ୍ୱାର ଖୋଲିବା ଦ୍ୱାରା ନଦୀରେ ପାଣିର ପ୍ରବାହ ବଢ଼ିଯାଇଛି। ପ୍ରଭାବିତ ଅଂଚଳକୁ ଯାତାୟତ ବନ୍ଦ କରିଦିଆଯାଇଛି ଏବଂ ଅଧିକାରୀ ତଳିଆ ଅଂଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଉଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି