ବଲାଙ୍ଗୀର, ୨୭ ସେପ୍ଟେମ୍ବର(ହି.ସ.) – ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ପୁଇଁତଲା ଶିକ୍ଷା ବିଭାଗ ତରଫରୁ ବିଲେଇସର୍ଡା ଜୋନ୍ର ବିଲେଇସର୍ଡା, ଛାତମଖନା, ଅଇଁଲାସାରି, ସାଉଁତପୁର, ଦୁର୍ଗାପାଲି ଓ ରାକ୍ସିମୁଣ୍ଡା ହାଇସ୍କୁଲ ତଥା ବିଲେଇସର୍ଡା ରାଧାଶ୍ୟାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଛତାମଖନା ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪ବର୍ଷରୁ କମ୍ ଓ ୧୭ବର୍ଷରୁ କମ୍ ବାଳକ ଓ ବାଳିକାଙ୍କୁ ନେଇ ଏଥଲେଟିକ ଓ ଫୁଟବଲ ଖେଳାଳୀ ଚୟନ ଶିବିର ଗତକାଲି ଅନୁଷ୍ଠିତ ହୋଇଥିଲା। ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଦେଇଥିଲେ। ବିଲେଇସର୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ବିଲେଇସର୍ଡା ସରପଂଚ ସୁଶାନ୍ତ ଛତ୍ରିଆ, ସମ୍ମାନୀତ ଅତିଥି ଭାବେ ରାକ୍ସିମୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁନୀଲ ପାତ୍ର ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଛତ୍ରିଆ ନିଜ ବକ୍ତବ୍ୟରେ ନିଷ୍ଠା, ସାଧନା ଖେଳାଳୀମାନଙ୍କର ପ୍ରଧାନ ବ୍ରତ ହେବା ଦରକାର ବୋଲି କହିବା ସହ ଖେଳରୁ ଶୃଙ୍ଖଳାବୋଧ ଶିକ୍ଷା କରାଯାଏ ବୋଲି କହିଥିଲେ। ବ୍ଲକ କ୍ରୀଡ଼ା ସମ୍ପାଦକ ସୁଶାନ୍ତ ନାଗ ଖେଳର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଖେଳ ପରିଚାଳନାରେ କ୍ରୀଡ଼ା ଶିକ୍ଷୟତ୍ରୀ ନିରୋତମା ବିଶ୍ୱାଳ, ସ୍ୱାଗତିକା ବଗର୍ତୀ, ସୁମନ୍ତି ପଧାନ, ରଶ୍ମିତା ବିଶ୍ୱାଳ, କ୍ରୀଡ଼ା ଶିକ୍ଷକ ମିତ୍ରଭାନୁ ବିଶ୍ୱାଳ, ରାମ ପ୍ରସାଦ ପୁଟେଲ, ପ୍ରେମାନନ୍ଦ ବିଶି, କାହ୍ନୁ ଚରଣ ନାଏକ, ବିଲେଇସର୍ଡା ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ