କେନ୍ଦ୍ରାପଡ଼ା, ୨୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସହରରେ ଦଶହରା ଓ ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅବ୍ୟବହିତ ପୂର୍ବରୁ ସାଧାରଣ ପେଂସ୍ବୁକ ପୋଷ୍ଟିଂକୁ ନେଇ ବିବାଦ ଖୋଦେଇଛି। ଏନେଇ ଜଣେ ଗିରଫ ହୋଇଥିବାବେଳେ ଅପରପକ୍ଷରେ ଅଭିଯୋଗ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ତିନିମୁହାଣୀ ଠାରେ ରାସ୍ତାରୋକ କରାଯାଇ କେନ୍ଦ୍ରାପଡ଼ାକୁ ଅଚଳ କରି ଦିଆଯିବ ବୋଲି ଅଭିଯୋଗକାରୀମାନେ ଚେତାବନୀ େଇଛନ୍ତି । ଘଟଣା ମୁତାବକ ତିନିମୁହାଣୀରେ ରହୁଥିବା ରାହୁଲ ଥାପ୍ପା ନାମକ ଜଣେ ଯୁବକ ପେଂସ୍ବୁକରେ ଏକ ପୋଷ୍ଟିଂ ଆଡ କରିଥିଲେ। ନିଜେ ଚେୟାରରେ ବସିଥିବାବେଳେ ଫଟୋର ମଧ୍ୟଭାଗରେ ଉର୍ଦ୍ଦୁ ଭାଷାର ଏକ ଗୀତ ସ୍କୁଲରେ ଚାଲିଥିଲା । ଏହାକୁ ନେଇ ବଡ଼ହାଟ ଅଂଚଳର ଗୁଡନ ଖାନ ନାମକ ଜଣେ ବ୍ୟକ୍ତି ଏହା ଧାର୍ମିକ ଭାବନାକୁ ଆଘାତ ଦେଉଛି ବୋଲି ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ୨୦୮/୨୫ରେ ଏକ ମାମଲା ରୁଜୁକରି ରାହୁଲକୁ ଆଜି କୋର୍ଟ ଚାଲାଣ କରିଛନ୍ତି। ଏହି ଘଟଣା ପରେ ଫେସବୁକ୍ରେ ରାହୁଲ ବିରୋଧରେ ଅନେକ ପୋଷ୍ଟିଂ ଦେଖିବାକୁ ମିଳିଥିଲା। “ସର ତନ ସେ ଜୁଦା” ସୁଅର କା ଔଲା, କୁତେ କା ଔଲା ପ୍ରଭୃତି ଲେଖାଥିବା ପୋଷ୍ଟିଂଗୁଡ଼ିକ ରାହୁଲ ଫଟୋ ସହିତ ପୋଷ୍ଟି ହେବାରୁ ଉତେଜନା ବୃଦ୍ଧିପାଇ ତିନିମୁହାଣୀ ଅଂଚଳରେ ବହୁ ସଂଖ୍ୟକ ବ୍ୟକ୍ତି ଏକାଠି ହୋଇ ଏଭଳୀ ଘଟଣାର ପ୍ରତିବାଦ କରିଥିଲେ ଓ ରସ୍ତାରୋକ କରି କାର୍ଯ୍ୟାନୁଷ୍ଠାନ ଦାବି କରିବା ଘଟଣା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ପହଂଚି ଥିଲା। ଖବରପାଇ ଟାଉନ ଥାନା ଅଧିକାରୀ ଦିଲିପ କୁମାର ସାହୁ ଘଟଣା ସ୍ଥଳରେ ପହଁଚି ଉତେଜିତ ଲୋକମାନଙ୍କୁ ଶାନ୍ତ କରିବା ସହ ଅପରପକ୍ଷଙ୍କ ପକ୍ଷରୁ ମମତା ଥାପ୍ପା ଓ ବଳରାମ ମହାରଣା େଇଥିବା ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। କେନ୍ଦ୍ରାପଡ଼ା ଶାନ୍ତ ଥିଲାବେଳେ ଛୋଟିଆ କଥାକୁ ନେଇ ଉତେଜନା ଆରମ୍ଭ କରୁଥିବା ସେକ ଆରିଫ୍, ସେକ ଫରି ଓ ସେକ ରିଜୁଆନଙ୍କ ବିରୋଧରେ ଦିଆଯାଇଥିବା ଏଫ୍ଆଇଆର୍କୁ ଥାନା ଅଧିକାରୀ ଗ୍ରହଣ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି େଇଥିଲେ। ତେବେ ୨୪ ଘଂଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ତିନିମୁହାଣୀ ଠାରେ ରାସ୍ତାରୋକ କରାଯାଇ ଅଚଳ କରି ଦିଆଯିବ ବୋଲି ଧର୍ମରକ୍ଷା ସେନା ପକ୍ଷରୁ ଉମେଶ ଦାସ, ବଳରାମ ମହାରଣା, ବଜାର କମିଟି ସଭାପତି ବିବେକାନନ୍ଦ ମହାରଣା ପ୍ରମୁଖ ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି