ଗୁରୁଗ୍ରାମ- ଡିଭାଇଡରରେ ଧକ୍କା ହେଲା ଥାର୍, 5 ମୃତ
ଗୁରୁଗ୍ରାମ, 27 ସେପ୍ଟେମ୍ବର (ହି.ସ.)- ଦ୍ରୁତଗତିରେ ଯାଉଥିବା ଥାର ଗାଡ଼ି ଶନିବାର ସକାଳେ ଡିଭାଇଡର ସହ ଧକ୍କା ହୋଇଛି, ଯେଉଁଥିରେ ତିନି ଜଣ ଯୁବତୀ ଓ ଦୁଇ ଯୁବକଙ୍କ ସହିତ ମୋଟ ୫ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା
ଗୁରୁଗ୍ରାମ- ଡିଭାଇଡରରେ     ଧକ୍କା ହେଲା ଥାର୍, 5 ମୃତ


ଗୁରୁଗ୍ରାମ, 27 ସେପ୍ଟେମ୍ବର (ହି.ସ.)- ଦ୍ରୁତଗତିରେ ଯାଉଥିବା

ଥାର ଗାଡ଼ି ଶନିବାର ସକାଳେ ଡିଭାଇଡର ସହ ଧକ୍କା ହୋଇଛି, ଯେଉଁଥିରେ ତିନି ଜଣ ଯୁବତୀ ଓ ଦୁଇ

ଯୁବକଙ୍କ ସହିତ ମୋଟ ୫ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ

ହୋଇଛନ୍ତି। ଦୁର୍ଘଟଣାରେ ଥାର ଗାଡ଼ି ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି । ଖବର ଲେଖାଯାଉଥିବା ସମୟ

ପର୍ଯ୍ୟନ୍ତ ଜଣେ ଯୁବତୀଙ୍କର ପରିଚୟ ପ୍ରତିଷ୍ଠା ମିଶ୍ର ଭାବେ ହୋଇପାରିଛି।

ସୂଚନା ଅନୁଯାୟୀ, ଥାର ଗାଡ଼ିରେ ତିନି ଯୁବକ ଓ ତିନି ଯୁବତୀ ଥିଲେ। ସେମାନେ ସମସ୍ତେ

ଉତ୍ତର ପ୍ରଦେଶରୁ କୌଣସି କାମରେ ଗୁରୁଗ୍ରାମ ଆସିଥିଲେ। ତେବେ ନ୍ୟାସନାଲ ହାଇୱେ ୪୮ ରେ ରାଜୀବ ଛକ

ନିକଟରେ ଦ୍ରୁତ ଗତିରେ ଥିବା ଗାଡ଼ି ଉପରୁ ଚାଳକ ନିୟନ୍ତ୍ରଣ ହରାଇଦେଇଥିଲେ । ଡ୍ରାଇଭର ଭାରସାମ୍ୟ

ହରାଇ ଡିଭାଇଡର ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଥାର ଗାଡ଼ି ସଂପୂର୍ଣ୍ଣ

ଭାବେ ଭାଙ୍ଗିଯାଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ

ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande