ବେଙ୍ଗାଲୁରୁ, 27 ସେପ୍ଟେମ୍ବର (ହି.ସ.)- ଉତ୍ତର
କର୍ଣ୍ଣାଟକର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜନଜୀବନ ବ୍ୟାପକ ଭାବରେ ପ୍ରଭାବିତ
ହୋଇଛି ଓ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ରରେ
ମଧ୍ୟ ପ୍ରବଳ ବର୍ଷା ଯୋଗୁ ଉଜନୀ ଓ ବୀରା ଜଳାଶୟରୁ ଭୀମା ନଦୀକୁ 2.90 ଲକ୍ଷ କ୍ୟୁସେକ୍ ପାଣି
ଛାଡ଼ାଯାଇଛି, ଏହାର
ପ୍ରଭାବରୁ ବିଜୟପୁରା ଜିଲ୍ଲାର ଭୀମା ନଦୀ ବେସିନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ସିନ୍ଦଗୀ ଅଞ୍ଚଳର ଅଗ୍ନିଶମ ଦଳ ଥାଭରଖେଡ଼ା ଗାଁ (ଅଲମେଲା ତାହସିଲ) ରେ ନଦୀ ମଧ୍ୟରେ ଅଟକି ଥିବା
୮ ଜଣଙ୍କୁ ଡଙ୍ଗା ଦ୍ୱାରା ଉଦ୍ଧାର କରିଛନ୍ତି।
କଳବୁର୍ଗି ଜିଲ୍ଲାରେ ପ୍ରବଳ
ବର୍ଷା ହେଉଥିବାରୁ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି
। ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହି ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ
କରାଯାଇଛି। ଡିଡିପିଆଇ ସୂର୍ଯ୍ୟକାନ୍ତ ମଦନେ ଏକ ପରିପତ୍ର ଜାରି କରି ଏହି ଆଦେଶ ଲାଗୁ
କରିଛନ୍ତି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ପୂର୍ବରୁ ଅରେଞ୍ଜ ଆଲର୍ଟ ଘୋଷିତ
କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟଗୁଡ଼ିକୁ
ଦୁଇ ଦିନର ଛୁଟି ଦିଆଯାଇଛି। ଆସନ୍ତା ଦିନରେ ଛୁଟି ସମୟରେ ଅଧ୍ୟୟନକୁ କିପରି ସମନ୍ୱୟ କରାଯିବ, ସେଥିପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା