କୋଲକାତା, 27 ସେପ୍ଟେମ୍ବର (ହି.ସ.)- କେନ୍ଦ୍ର
ସରକାର ବିଚାରପତି ସୁଜୟ ପାଲଙ୍କୁ କୋଲକାତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ
ନିଯୁକ୍ତ କରିବା ସଂପର୍କରେ ଅଧିସୂଚନା ଜାରି କରିଛନ୍ତି। ଏହି ନିଯୁକ୍ତି ଭାରତୀୟ ସଂବିଧାନର
ଅନୁଛେଦ 223 ଅନୁଯାୟୀ କରାଯାଇଛି।
ନ୍ୟାୟ ମନ୍ତ୍ରାଳୟ
ଶୁକ୍ରବାର ସନ୍ଧ୍ୟାରେ ଜାରି କରିଥିବା ଅଧିସୂଚନା ଅନୁଯାୟୀ, ରାଷ୍ଟ୍ରପତି କୋଲକାତା ହାଇକୋର୍ଟର ବର୍ତ୍ତମାନ ବିଚାରପତି
ନ୍ୟାୟମୂର୍ତ୍ତି ପାଲଙ୍କୁ ନିୟମିତ ନିଯୁକ୍ତି ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି
ଭାବରେ ଦାୟିତ୍ୱ ଗ୍ରହଣ କରିବା ପାଇଁ ଅନୁମୋଦନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା