ପୁରୀ, ୨୭ ସେପ୍ଟେମ୍ବର (ହି.ସ.)- କଂଗ୍ରେସ ଦଳର ପୁରୀ ଜିଲ୍ଲା ସଭାପତି ଭାବେ ଇଂ. ରାଜେଶ କୁମାର ମିଶ୍ର ମନୋନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି | ମା 'ଦଶଭୂଜା ସମସ୍ତଙ୍କୁ ଆର୍ଶୀବାଦ ଦିଅନ୍ତୁ, ସମାଜରୁ କୁବୁଦ୍ଧି, ହିଂସା ଓ ଅନ୍ୟାୟ ଦୂର କରନ୍ତୁ | ପୂଜାଛୁଟି ପରେ ଜିଲ୍ଲା କଂଗ୍ରେସ ପୁରୀ, ପୁରୀ ସଦର ଓ ଜିଲ୍ଲାର ମୌଳିକ ସମସ୍ୟାକୁ ନେଇ ଆନ୍ଦୋଳନ ଜୋରଦାର କରାଯିବ | ୨୪ ବର୍ଷର କୁଶାସନ ଓ ଏବର ରଙ୍ଗମରା କଥାକୁହା ସରକାର ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ତା'ର ଆନ୍ଦୋଳନର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଜନତାଙ୍କ ମୌଳିକ ସମସ୍ୟାକୁ ନେଇ ଲଢେଇ କରିବ | ନୂଆ ପଦବୀ ପାଇବା ପରେ ଶ୍ରୀ ମିଶ୍ର ଜିଲ୍ଲାର ସମସ୍ତ କଂଗ୍ରେସ କର୍ମୀ, ରାଜ୍ୟ ଓ କେନ୍ଦ୍ର ନେତୃବୃନ୍ଦଙ୍କୁ ବଧାଇ ଜଣାଇଛନ୍ତି | ତାଙ୍କ ପିତା ସ୍ବର୍ଗତ ଗଦାଧର ମିଶ୍ର ଜଣେ ଦକ୍ଷ, ନିର୍ଭିକ ବିଧାୟକ ଥିଲେ ଓ ସରକାରୀ ଓକିଲ ଭାବେ ଗରିବ ଲୋକ ମାନଙ୍କୁ ସାହାଯ୍ୟ କରୁଥିଲେ | ଇଂ. ମିଶ୍ର ତାଙ୍କ ପିତାଙ୍କ ପରି କାମ କରିବେ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି |
ହିନ୍ଦୁସ୍ଥାନ ସମାଚାର / ବିଜୟ