ମୁମ୍ବାଇ, 27 ସେପ୍ଟେମ୍ବର (ହି.ସ.)- ଭାରତୀୟ ପାଣିପାଗ
ବିଭାଗ ଶନିବାର ଦିନ ମହାରାଷ୍ଟ୍ରର ୨୨ଟି ଜିଲ୍ଲା ପାଇଁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ
ବୃଷ୍ଟିର ଚେତାବନୀ ଜାରି କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ
ସମ୍ବିଧିତ ଜିଲ୍ଲାଗୁଡିକୁ ସତର୍କ ରହିବାକୁ ସୂଚନା ଦେଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି
ଲାତୂର,
ଧାରାଶିଵ, ନାଂଦେଡ଼ ଆଦି ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ କରି ଛୁଟି ଘୋଷଣା
କରାଯାଇଛି। ଲୋକମାନଙ୍କୁ ଜରୁରୀ କାମ ଥିଲେ ଘରୁ ବାହାରିବା ପାଇଁ ଅନୁରୋଧ କରାଯାଇଛି।
ବିପର୍ଯ୍ୟୟ ପ୍ରବନ୍ଧନ
ବିଭାଗ କହିଛି ଯେ ଆସନ୍ତା ୪୮ ଘଣ୍ଟା ମହାରାଷ୍ଟ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
ପାଣିପାଗ ବିଭାଗ ୨୨ଟି ଜିଲ୍ଲା ପାଇଁ ରେଡ୍ ଅଲର୍ଟ ଜାରି କରିଛି। ଦୁଇ ଦିନ ପୂର୍ବରୁ ବନ୍ୟାରେ
ପ୍ରଭାବିତ ସୋଲାପୁର, ଧାରାଶିଵ, ଜାଲନା
ଏବଂ ଲାତୂର ଜିଲ୍ଲାରେ ଆଗାମୀ ଦୁଇ ଦିନ ଅତ୍ୟଧିକ ବର୍ଷା ହେବାର ପ୍ରବଳ ସମ୍ଭାବନା ଅଛି। ମରାଠୱାଡ଼ା
ସହିତ ସାରା ରାଜ୍ୟରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା