ଭୁବନେଶ୍ୱର, ୨୭ ସେପ୍ଟେମ୍ବର (ହି.ସ.)- ଶନିବାର ଦିନ ଭାରତୀୟ ଯୋଗ ସଂସ୍ଥାନ , ନୟାପଲ୍କୀ ଯୋଗ ଜିଲ୍ଲା ତରଫରୁ ଆଇ.ଆରସି ଏବଂ ଇନ୍ଦ୍ରଧନୁ କ୍ଷେତ୍ରର ମିଳିତ ସହଯୋଗରେ ଏକ ପ୍ରଭାତ ଫେରିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି , ରାମ କିଶୋର ଶର୍ମା , ଜ୍ୟୋତିର୍ମୟ ରଥଙ୍କ ସମେତ , ଦୁଇଟି କ୍ଷେତ୍ରର କ୍ଷେତ୍ର ଅଧିକାରୀ ଏବଂ ୭ ଟି କେନ୍ଦ୍ରର ସାଧକ , ସାଧିକା ମାନେ ଯୋଗ ଦେଇଥିଲେ । ପ୍ରବଳ ବର୍ଷାର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଏକ ପଦଯାତ୍ରା ମାଧ୍ୟମରେ ଏହା ଏନ୍ ୫ କେନ୍ଦ୍ର ରୁ ପ୍ରାତଃ ପ୍ରାୟ ୫:୪୫ ରେ ବାହାରି , ବିଭିନ୍ନ ଜନ ବସତି ରାସ୍ତା ମଧ୍ୟ ଦେଇ ପ୍ରାୟ ସକାଳ ୭:୦୦ ଟା ରେ ଏନ୍୬ ପାର୍କ ପରିସରରେ ପହଞ୍ଚିଥିଲା । ଏହି ପଦଯାତ୍ରା ଅର୍ଥାତ୍ ପ୍ରଭାତ ଫେରି ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକ ମାନଙ୍କୁ ସକାଳୁ ଶେଯରୁ ଉଠାଇ ନିଜ ଶରୀର ପ୍ରତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରତି ସଜାଗ କରିବା । ଯୋଗ ହିଁ ଏହି ଅନୁଶାସନ ଦେଇପାରିବ ଏବଂ ଆଜିର ଏହି ପଥ ଭ୍ରଷ୍ଟ ସମାଜକୁ ଶୁଖଳିତ ଜୀବନର ମାର୍ଗ ଦର୍ଶକ ହେବ ବୋଲି ଦୃଢ ଆଶା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା