ପାଟନା, ୨୮ ସେପ୍ଟେମ୍ବର(ହି.ସ.) – ବିହାର ବିଧାନସଭା ନିର୍ବାଚନ-୨୦୨୫ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଭାରୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସହିତ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଧିକାରିକ ଆବାସ ୧, ଅଣେ ମାର୍ଗରେ ହୋଇଥିବା ଏହି ସୌଜନ୍ୟମୂଳକ ସାକ୍ଷାତରେ ପ୍ରଧାନଙ୍କ ସହିତ ତାଙ୍କ ପାର୍ଟିର ସହଯୋଗୀ ଏବଂ ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ଜନତା ଦଳ ୟୁନାଇଟେଡ(ଜଦୟୁ)ର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ସଞ୍ଜୟ କୁମାର ଝା ମଧ୍ୟ ଉପସ୍ଥିତ ଥିଲେ, ଯିଏ ମୁଖ୍ୟମନ୍ତ୍ରୀ ନିତିଶଙ୍କ ସବୁଠାରୁ ନିକଟ ସମ୍ପର୍କୀୟ ସହଯୋଗୀମାନଙ୍କ ମଧ୍ୟରୁ ଜଣେ ଏବଂ ପାର୍ଟିର ପ୍ରମୁଖ ମଧ୍ୟ। ରାଜନୀତିକ ମହଲରେ ଚର୍ଚ୍ଚା ଯେ ଏହି ସାକ୍ଷାତରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଂଟ(ରାଜଗ) ସିଟ୍ ବଂଟାକୁ ନେଇ ଗମ୍ଭୀର ଆଲୋଚନା ହୋଇଛି। ତେବେ ଏହାର ଏବେ ପର୍ଯ୍ୟନ୍ତ କୌଣସି ଆଧିକାରୀକ ସୂଚନା ଦିଆଯାଇ ନାହିଁ। ରାଜଗରେ ଭାଜପା, ଜଦୟୁ, ହମ, ଉପେନ୍ଦ୍ର କୁଶବାହାଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଏବଂ ଚିରାଗ ପାଶୱାନଙ୍କ ପାର୍ଟି ଲୋଜପା(ଆର୍) ସାମିଲ ଅଛନ୍ତି। ଏହି ଦଳ ନିଜ ନିଜର ସିଟ୍କୁ ନେଇ ଇଚ୍ଛା ପ୍ରଥମରୁ ଆସିସାରିଛି, କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ଫର୍ମୁଲାର ଔପଚାରିକ ଘୋଷଣା ହୋଇନାହିଁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି