ଭାରତ-ଭୂଟାନ ମଧ୍ୟରେ ଦୁଇ ନୂଆ ରେଳ ସମ୍ପର୍କ ପରିଯୋଜନା ଉପରେ ବୁଝାମଣା, ୪,୩୩ କୋଟି ଟଙ୍କା ହେବ ନିବେଶ
ନୂଆଦିଲ୍ଲୀ, ୨୯ ସେପ୍ଟେମ୍ବର(ହି.ସ.) – ଭାରତ ଏବଂ ଭୂଟାନ ଅତିଶୀଘ୍ର ରେଳ ସମ୍ପର୍କ ଏବଂ ଅଧିକ ମଜଭୁତ ସହିତ ଯୋଡ଼ିବାକୁ ଯାଉଛି। ଦୁଇ ଦେଶ ସୋମବାର ଦିନ ୯୦ କିଲୋମିଟର ଲମ୍ବା ଦୁଇ ନୂଆ ରେଲୱେ ଲାଇନ୍ ନିର୍ମାଣ ଉପରେ ସହମତି କରିଛନ୍ତି ଏବଂ ଏଥିପାଇଁ ବୁଝାମଣା ଜ୍ଞାପନ(ଏମ୍‌ଓୟୁ) ଉପରେ ହସ୍ତାକ୍ଷର କରିବାକୁ
ଭାରତ-ଭୂଟାନ ମଧ୍ୟରେ ଦୁଇ ନୂଆ ରେଳ ସମ୍ପର୍କ ପରିଯୋଜନା ଉପରେ ବୁଝାମଣା, ୪,୩୩ କୋଟି ଟଙ୍କା ହେବ ନିବେଶ


ନୂଆଦିଲ୍ଲୀ, ୨୯ ସେପ୍ଟେମ୍ବର(ହି.ସ.) – ଭାରତ ଏବଂ ଭୂଟାନ ଅତିଶୀଘ୍ର ରେଳ ସମ୍ପର୍କ ଏବଂ ଅଧିକ ମଜଭୁତ ସହିତ ଯୋଡ଼ିବାକୁ ଯାଉଛି। ଦୁଇ ଦେଶ ସୋମବାର ଦିନ ୯୦ କିଲୋମିଟର ଲମ୍ବା ଦୁଇ ନୂଆ ରେଲୱେ ଲାଇନ୍ ନିର୍ମାଣ ଉପରେ ସହମତି କରିଛନ୍ତି ଏବଂ ଏଥିପାଇଁ ବୁଝାମଣା ଜ୍ଞାପନ(ଏମ୍‌ଓୟୁ) ଉପରେ ହସ୍ତାକ୍ଷର କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପରେ ମୋଟ ୪,୦୩୩ କୋଟି ଟଙ୍କାର ବ୍ୟୟ ହେବ।

ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ମିଡିା କେନ୍ଦ୍ରରେ ବିଦେଶ ସଚିବ ବିକ୍ରମ ମିସ୍ରି ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂଯୁକ୍ତ ପ୍ରେସ୍‌ବାର୍ତାରେ ଏହାର ସୂଚନା ଦେଇଛନ୍ତି।

ରେଳ ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ପ୍ରଥମ ପ୍ରକଳ୍ପ କୋକରାଝାର(ଆସାମ)-ଗେଲେଫୁ(ଭୂଟାନ) ନୂଆ ରେଳ ଲାଇନ୍‌, ଯାହାର ଦୈର୍ଘ୍ୟ ୬୯ କିଲୋମିଟର ହେବ ଏବଂ ଏହା ଉପରେ ୩,୪୫୬ କୋଟି ଟଙ୍କାର ନିବେଶ ହେବ। ଏହାକୁ ଚାରି ବର୍ଷରେ ପୁରା କରାଯିବ। ଏହି ଲାଇନ୍‌ରେ ଆସାମର କୋକରାଝାର ଏବଂ ଚିରାଂଗ ଜିଲ୍ଲା ତଥା ଭୂଟାନର ସାରପାଂଗ ଜିଲ୍ଲାକୁ ଲାଭ ମିଳିବ। ପ୍ରକଳ୍ପ ପୁରା ହେବା ପରେ ଯାତ୍ରୀମାନେ ଏବଂ ମାଲ୍ ଢୁଲାଇର ସୁବିଧା ବଢ଼ିବ। ଭୂଟାନର ଗେଲେଫୁ କ୍ଷେତ୍ର ବର୍ତମାନରେ ମାଇଣ୍ଡଫୁଲନେସ ସିଟି ରୂପେ ବିକଶିତ କରାଯାଉଛି। ନୂଆ ରେଳ ଲାଇନ୍‌ରେ ଏହି ସହରର ମହତ୍ୱ ଆହୁରି ବଢ଼ିବ ତଥା ଏହା ଭାରତ ଏବଂ ଭୂଟାନ ମଧ୍ୟରେ ଆର୍ôଥକ ଗତିବିଧିର ନୂଆ କେନ୍ଦ୍ର ହୋଇପାରେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande