ନବରାତ୍ରି ପୂଜା ଅଷ୍ଟମ ଦିନରେ ମା ସମଲେଶ୍ଵରୀ ଦୁର୍ଗାଙ୍କ ମହାଗୌରି ବେଶ
ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)- ଶାରଦୀୟ ନବରାତ୍ରୀ ପୂଜାର ଅଷ୍ଟମ ଦିନରେ ଆଜି ମହାଗୌରୀ ରୂପରେ ମା ଦୁର୍ଗା, ମା ସମଲେଶ୍ଵରୀ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କୁଜଙ୍ଗରେ ମା'' କୁଶଙ୍ଗାଇଙ୍କ ରାଜରାଜେଶ୍ଵରୀ ବେଶ ହୋଇଛି। ଅନ୍ୟ ସମସ୍ତ ଦେବୀ ପୀଠରେ ମା ମହାଗୌରି ଦୁର୍ଗା ରୂପରେ ଉପାସନା କରାଯାଉଛ
ଶାରଦୀୟ ନବ ରାତ୍ରି ପୂଜା ଅଷ୍ଟମ ଦିନରେ ମା ସମଲେଶ୍ଵରୀ ମ ଦୁର୍ଗାଙ୍କ ମହାଗୌରି ବେଶ ରେ ମା ଦର୍ଶନ ଦେଲେ


ଶାରଦୀୟ ନବ ରାତ୍ରି ପୂଜା ଅଷ୍ଟମ ଦିନରେ ମା ସମଲେଶ୍ଵରୀ ମ ଦୁର୍ଗାଙ୍କ ମହାଗୌରି ବେଶ ରେ ମା ଦର୍ଶନ ଦେଲେ


ଶାରଦୀୟ ନବ ରାତ୍ରି ପୂଜା ଅଷ୍ଟମ ଦିନରେ ମା ସମଲେଶ୍ଵରୀ ମ ଦୁର୍ଗାଙ୍କ ମହାଗୌରି ବେଶ ରେ ମା ଦର୍ଶନ ଦେଲେ


ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)- ଶାରଦୀୟ ନବରାତ୍ରୀ ପୂଜାର ଅଷ୍ଟମ ଦିନରେ ଆଜି ମହାଗୌରୀ ରୂପରେ ମା ଦୁର୍ଗା, ମା ସମଲେଶ୍ଵରୀ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କୁଜଙ୍ଗରେ ମା' କୁଶଙ୍ଗାଇଙ୍କ ରାଜରାଜେଶ୍ଵରୀ ବେଶ ହୋଇଛି। ଅନ୍ୟ ସମସ୍ତ ଦେବୀ ପୀଠରେ ମା ମହାଗୌରି ଦୁର୍ଗା ରୂପରେ ଉପାସନା କରାଯାଉଛି। ନବରାତ୍ରୀ ଦୁର୍ଗା ପୂଜା ବ୍ୟତୀତ ଅନ୍ୟ ସମସ୍ତ ଦୁର୍ଗା ମେଢ଼ରେ ଗତକାଲି ବିଲ୍ଵବରଣ ହୋଇ ଆଜି ଠାରୁ ପୂଜା ଆରମ୍ଭ ହୋଇଛି। ଦୁର୍ଗା ପୂଜା ପାଇଁ ପୁରପଲ୍ଲୀରୁ ଆରମ୍ଭ କରି ସମସ୍ତ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ବଲାଙ୍ଗିର, ସମ୍ବଲପୁର, ସୁବର୍ଣ୍ଣପୁର ଜିଲ୍ଲାରେ ଭାଇ ଯୁଇନ୍ତିଆ ଉତ୍ସବ ଆଜି ପାଳନ ହୋଇଥାଏ। ଭାଇର ମଙ୍ଗଳ କାମନା ଦୀର୍ଘ ଜୀବନ କାମନା କରି ଏହି ଅଞ୍ଚଳର ଭଉଣୀ ମାନେ ଆଜି ନିର୍ଜଳା ଉପବାସ କରି ଦୁର୍ଗାମେଢ଼, ଦୁର୍ଗାଙ୍କ ଉପାସନା କରି ଆସନ୍ତା କାଲି ଦୁବ ବନ୍ଦନା କରିବେ।

ଶାରଦୀୟ ଦୁର୍ଗାପୂଜାର ନବରାତ୍ରୀରେ ଆଜି ହେଉଛି ଅଷ୍ଟମ ଦିନ। ଆଜି ମା ଦୁର୍ଗାଙ୍କୁ ମହାଗୌରୀ ରୂପରେ ପୂଜାର୍ଚ୍ଚନା କରାଯାଏ। ଦେବୀଙ୍କ ଏହି ରୂପ ଶକ୍ତି, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟର ପ୍ରତୀକ ଅଟେ। ଦେବୀଙ୍କ ଏହି ରୂପକୁ ପୂଜା କରିବା ମହାଗୌରୀଙ୍କୁ ପୂଜା କରିବା ପରେ କନ୍ୟା ପୂଜା ମଧ୍ୟ କରାଯାଇଥାଏ। ଏହି ଦିନ ଶିଶୁ କନ୍ୟାଙ୍କୁ ପୂଜା କରାଯାଏ l ଏହି ପୂଜାରେ ଦେବୀଙ୍କ କୃପା ମିଳିଥାଏ।

ପୁରାଣ ଅନୁସାରେ, ମାତା ମହାଗୌରୀଙ୍କର ଚାରିଟି ବାହୁ ରହିଛି, ଯେଉଁଥିରେ ଦୁଇଟି ବାହୁରେ ତ୍ରିଶୂଳ ଏବଂ ଡମ୍ବରୁ ଥିବାବେଳେ ଅନ୍ୟ ଦୁଇଟିରେ ବର ମୁଦ୍ରା ଏବଂ ଅଭୟ ମୁଦ୍ରାରେ ରହିଛି । ଦେବୀଙ୍କ ଏହି ରୂପ ଅତ୍ୟନ୍ତ କୋମଳ ଏବଂ ଶାନ୍ତ ସ୍ୱଭାବର। ମହାଗୌରୀଙ୍କୁ ପୂଜା କରିବା ବେଳେ ‘ଯା ଦେବୀ ସର୍ବଭୁତେଷୁ ମା ଗୌରୀ ରୂପେଣ ସଂସ୍ଥିତା। ନମସ୍ତସ୍ୟା, ନମସ୍ତସ୍ୟା, ନମସ୍ତସ୍ୟା ନମୋ ନମଃ। ଏହି ମନ୍ତ୍ରକୁ ଜପ କରାଯାଇଥାଏ । ଏହା ବ୍ୟତୀତ ‘ଓଁ ମହାଗୌରୀ ନମଃ’ ମନ୍ତ୍ରକୁ ୧୦୮ଥର ଜପ କଲେ ଉତ୍ତମ ଫଳ ମିଳିଥାଏ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande