ରାହୁଳଗାନ୍ଧୀଙ୍କୁ ମିଳିଥିବା ଧମକକୁ ଷଡ଼ଯନ୍ତ୍ର ବୋଲି କହିଲେ ଭେନୁଗୋପାଳ, କାର୍ଯ୍ୟାନୁଷ୍ଠାନ ଦାବି କଲେ
ନୂଆଦିଲ୍ଲୀ, ୨୯ ସେପ୍ଟେମ୍ବର (ହି.ସ.) – କଂଗ୍ରେସ ମହାସଚିବ କେ. ସି. ଭେନୁଗୋପାଳ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବିଜେପି ମୁଖପାତ୍ର ପ୍ରିଂଟୁ ମହାଦେବଙ୍କ କଥିତ ମନ୍ତବ୍ୟକୁ ଏକ ଷଡ଼ଯନ୍ତ୍ର ବୋଲି ଅଭିହିତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ରାହୁଳଗାନ୍ଧୀଙ୍କୁ ମିଳିଥିବା ଧମକକୁ ଷଡ଼ଯନ୍ତ୍ର ବୋଲି କହିଲେ ଭେନୁଗୋପାଳ, କାର୍ଯ୍ୟାନୁଷ୍ଠାନ ଦାବି କଲେ


ନୂଆଦିଲ୍ଲୀ, ୨୯ ସେପ୍ଟେମ୍ବର (ହି.ସ.) – କଂଗ୍ରେସ ମହାସଚିବ କେ. ସି. ଭେନୁଗୋପାଳ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବିଜେପି ମୁଖପାତ୍ର ପ୍ରିଂଟୁ ମହାଦେବଙ୍କ କଥିତ ମନ୍ତବ୍ୟକୁ ଏକ ଷଡ଼ଯନ୍ତ୍ର ବୋଲି ଅଭିହିତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଭେନୁଗୋପାଳ ଏଠାରେ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ, ଏପରି ବୟାନ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ସୁରକ୍ଷା ଏଜେନସିଗୁଡ଼ିକ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ସମ୍ପର୍କରେ ଅନେକ ଚିଠି ଲେଖିଛନ୍ତି, ଯାହା ମଧ୍ୟରୁ କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି । ବିଜେପି ନେତା ଏକ ସ୍ପଷ୍ଟ ଧମକ ଦେଇଛନ୍ତି । ଆମେ ବିଶ୍ୱାସ କରୁଛୁ ଯେ, ଏହା ଏକ ବୃହତ୍ ଷଡ଼ଯନ୍ତ୍ରର ଅଂଶ । ମୁଁ ଏ ପର୍ଯନ୍ତ ଗୃହମନ୍ତ୍ରୀଙ୍କଠାରୁ କୌଣସି ପ୍ରତିକ୍ରିୟା ପାଇନାହିଁ । ଆମେ ବିଜେପିଠାରୁ ଜାଣିବାକୁ ଚାହୁଁଛୁ ଯେ, ସେମାନେ ଏହି କାର୍ଯ୍ୟରେ ଅଛନ୍ତି କି ନାହିଁ, ଯଦି ନୁହେଁ ତେବେ ସେମାନେ ମୁଖପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏହାକୁ ନିନ୍ଦା କରି କହିଛନ୍ତି ଯେ, ଗଣତନ୍ତ୍ରରେ ଏପରି ଭାଷା ଏବଂ ଚିନ୍ତାଧାରର କୌଣସି ସ୍ଥାନ ନାହିଁ । ରାହୁଲ ଗାନ୍ଧୀ ନିରନ୍ତର ଭୋଟ ଚୋରି, ମୁଦ୍ରାସ୍ଫିତୀ, ବେକାରୀ ଏବଂ ଦୁର୍ନୀତି ପ୍ରସଙ୍ଗ ଉଠାଇ ଆସୁଛନ୍ତି ଏବଂ ବିଜେପି ଏହି ପ୍ରସଙ୍ଗଗୁଡ଼ିକ ଉପରେ ଚାପ ଅନୁଭବ କରୁଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande