ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା, ଭାରତ ଡିପ୍ ଟେକ୍ ୨୦୨୫ ଦିଗରେ ବଢ଼ିବ ୟୁପି, କାନପୁର ହେବ ପ୍ରମୁଖ କେନ୍ଦ୍ର
କାନପୁର, ୦୩ ସେପ୍ଟେମ୍ବର(ହି.ସ.) – ଆଇଆଇଟି କାନପୁରର ସମନ୍ୱୟରୁ ଉଦ୍ୟୋଗ-ଏକାଡେମିକ ସହ ଯୋଡି ହେବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡିପ ଟେକ୍‌କୁ ନେଇ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟକୁ ଭାରତ ଡିପ୍ ଟେକ ୨୦୨୫ର କେନ୍ଦ୍ର ହେବା ଦିଗରେ ପଦକ୍ଷେପ ଉଠାଯିବ। ଏଥିପାଇଁ ଡିପ
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା, ଭାରତ ଡିପ୍ ଟେକ୍ ୨୦୨୫ ଦିଗରେ ବଢ଼ିବ ୟୁପି, କାନପୁର ହେବ ପ୍ରମୁଖ କେନ୍ଦ୍ର


କାନପୁର, ୦୩ ସେପ୍ଟେମ୍ବର(ହି.ସ.) – ଆଇଆଇଟି କାନପୁରର ସମନ୍ୱୟରୁ ଉଦ୍ୟୋଗ-ଏକାଡେମିକ ସହ ଯୋଡି ହେବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡିପ ଟେକ୍‌କୁ ନେଇ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟକୁ ଭାରତ ଡିପ୍ ଟେକ ୨୦୨୫ର କେନ୍ଦ୍ର ହେବା ଦିଗରେ ପଦକ୍ଷେପ ଉଠାଯିବ। ଏଥିପାଇଁ ଡିପ୍ ଟେକ୍‌ରେ ଏକ ପ୍ରଭାବଶାଳୀ ସମିଟ ଆୟୋଜିତ କରିବାର ଆବଶ୍ୟକତା ଅଛି, ଯେଉଁଥିରେ ରିସର୍ଚ୍ଚ ଏବଂ ନବାଚାରକୁ ନୂଆ ଦିଗ ମିଳିପାରିବ। ଆଇଆଇଟି କାନପୁରକୁ ଡିପ୍ ଟେକ୍ ଇନୋଭେସନର ପ୍ରମୁଖ କେନ୍ଦ୍ର କରାଯିବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଦିନ କାନପୁରରେ ଭାରତୀୟ ପ୍ରାଦୌଗିକୀ ସଂସ୍ଥାନ(ଆଇଆଇଟି)ର ସମନ୍ୱୟରୁ ଉଦ୍ୟୋଗ - ଏକାଦମିକ ଜୁଡାବ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ପରେ ସମ୍ବୋଧିତ କରୁଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଭାରତର ପ୍ରଥମ ଡିପ୍ ଟେକ ଭାରତ ୨୦୨୫ ହେବାକୁ ଆହୁରି ଆଗକୁ ବଢ଼ୁ, ଏଥିପାଇଁ ଏକ ଖୁବ୍‌ଭଲ ଶିଖର ସମ୍ମିଳନୀ(ସମିଟ) ହେବା ଦରକାର, ଯେଉଁଠାରେ ଡିପ୍ ଟେକ୍ ଭାରତକୁ ନେଇ କାର୍ଯ୍ୟ କରାଯାଇପାରିବ। ଆଇଆଇଟି କାନପୁରକୁ ଏହାର କେନ୍ଦ୍ର ହେବା ଦରକାର। ଏହାସହିତ ଷ୍ଟାର୍ଟଅପ୍‌କୁ ଆଗକୁ ନେବା ଏବଂ ଯୁବକଙ୍କୁ ବୈଶ୍ୱିକ ଟେକନିକ୍ ପ୍ରତିସ୍ପର୍ଦ୍ଧା ପାଇଁ ପ୍ରସ୍ତୁତ କରିବା ଉପରେ ବିଶେଷ ଜୋର୍ ଦିଆଯିବ, ଯାହାଫଳରେ ଉତର ପ୍ରଦେଶ ଆସୁଥିବା ସମୟରେ ଟେକନିକ୍ କ୍ରାନ୍ତିର ଅଗ୍ରଦୂତ ହୋଇପାରିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande