ନୂଆଦିଲ୍ଲୀ, ୦୩ ସେପ୍ଟେମ୍ବର(ହି.ସ.) – କେନ୍ଦ୍ର ଅନ୍ୱେଷଣ ବ୍ୟୁରୋ(ସିବିଆଇ) ହରିୟାଣା ପୋଲିସ୍ ବିଦେଶ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟ ସହିତ ମିଶି କୁଖ୍ୟାତ ଅପରାଧୀ ମେନପାଲ ଢିଲୋ ଓରଫ ମେନପାଲ ବାଦଲୀ ଓରଫ ସୋନୁ କୁମାରକୁ କମ୍ବୋଡିଆରୁ ପ୍ରତ୍ୟର୍ପଣ କରି ଭାରତ ଅଣାଯାଇଛି। ଢିଲୋକୁ ହରିୟାଣା ପୋଲିସ୍ କେତେକ ଅପରାଧିକ ମାମଲାରେ ତଲାସ କରୁଥିଲା।
ସିବିଆଇର ପ୍ରବକ୍ତା ବୁଧବାର ଦିନ କହିଛନ୍ତି ଯେ ମେନପାଲ ଢିଲୋ ଓରଫ ମେନପାଲ ବାଦଲୀ ଓରଫ ସୋନୁ କୁମାର ଏକ କୁଖ୍ୟାତ ଅପରାଧୀ ଅଟେ, ଯାହାର ହରିୟାଣା ପୋଲିସ୍କୁ କେତେକ ମାମଲାରେ ତଲାସ ଥିଲା। ମେନପାଲ ଢିଲୋକୁ ୨ ସେପ୍ଟେମ୍ବର ଦିନ କାମ୍ବୋଡ଼ିଆରୁ ଭାରତ ଅଣାଯାଇଛି। ତାକୁ ୨୦୦୭ରେ ହତ୍ୟା, ହତ୍ୟାର ଉଦ୍ୟମ, ଅବୈଧ ଅସ୍ତ୍ରଶସ୍ତ୍ର ବ୍ୟବହାର ଏବଂ ଅପରାଧିକ ଷଡ଼ଯନ୍ତ୍ର କରିବା ଏକ ଅନ୍ୟ ମାମଲାରେ ଆଜୀବନ ଜେଲ୍ର ସଜା ଶୁଣାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି