ଆମେଠି, 3 ସେପ୍ଟେମ୍ବର (ହି.ସ.)- ଉତ୍ତର ପ୍ରଦେଶର ଆମେଠୀ
ଜିଲ୍ଲାରେ ବୁଧବାର ସକାଳ ୩ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦ୍ରୁତଗତିରେ
ଚାଲୁଥିବା ଏକ କାର ଭାରସାମ୍ୟ ହରାଇ ଗୋଟିଏ କ୍ୟାଣ୍ଟିନ୍ର କଟ୍ ଉପରେ ମୋଡ଼ୁଥିବା ଟ୍ରକ୍ରେ ଯାଇ
ଧକ୍କା ହୋଇଥିଲା। କାରରେ ଥିବା ଚାଳକ ସହିତ ସମସ୍ତ ୩ ଜଣଙ୍କର ଘଟଣାସ୍ଥଳରେ ଦୁଃଖଦ ମୃତ୍ୟୁ
ଘଟିଛି।
ସୂଚନା ପାଇ ପହଞ୍ଚିଥିବା
ପୋଲିସ ମୃତଦେହକୁ ଗାଡ଼ିରୁ ବାହାର କରିଛି । ଥାନା ଅଧିକାରୀ କହିଛନ୍ତି ଯେ, ଏହି ଦୁର୍ଘଟଣା
ପ୍ରାୟ 3ଟା ସମୟରେ ଘଟିଥିଲା। ଏଥିରେ ଥାନା ଅଞ୍ଚଳ ମଧ୍ୟରେ ପଡ଼ୁଥିବା ପୂର୍ବାଞ୍ଚଳ
ଏକ୍ସପ୍ରେସୱେର 60.1 କି.ମି. ସ୍ଥଳରେ, ଗାଜିପୁରରୁ ଲକ୍ଷ୍ଣୌ ଯାଉଥିବା ଏକ କାର, କ୍ୟାଣ୍ଟିନ୍ ଦିଗକୁ
ବୁଲୁଥିବା ଟ୍ରକ୍ରେ ଯାଇ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଚାଳକ ସହିତ ଥିବା ଅନ୍ୟ ଦୁଇ
ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ପୋଲିସ କାରରୁ ତିନି ଜଣଙ୍କୁ
ବାହାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ, ଏଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା