ଛତିଶଗଡର ବଳରାମପୁରରେ ଲୁତି ବନ୍ଧ ଭାଙ୍ଗିବାରୁ ଗୋଟିଏ ପରିବାରର 4ଜଣଙ୍କ ମୃତ୍ୟୁ, ଏବେ ସୁଦ୍ଧା 3 ନିଖୋଜ
ବଳରାମପୁର, 3 ସେପ୍ଟେମ୍ବର (ହି.ସ.)- ଛତିଶଗଡ଼ ରାଜ୍ୟର ବଲରାମପୁର ଜିଲ୍ଲା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ବିଶ୍ରାମନଗର ନିକଟରେ ପ୍ରାୟ 40 ବର୍ଷ ପୁରୁଣା ଲୁତି ବନ୍ଧ ଗତ ରାତିରେ ହଠାତ୍ ଭାଙ୍ଗି ଯାଇଛି । ଏହି ଘଟଣା ଫଳରେ ବନ୍ଧ ତଳ ଅଞ୍ଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ
ଛତିଶଗଡର ବଳରାମପୁରରେ ଲୁତି     ବନ୍ଧ ଭାଙ୍ଗିବାରୁ ଗୋଟିଏ ପରିବାରର 4ଜଣଙ୍କ ମୃତ୍ୟୁ, ଏବେ ସୁଦ୍ଧା 3 ନିଖୋଜ


ବଳରାମପୁର, 3 ସେପ୍ଟେମ୍ବର (ହି.ସ.)- ଛତିଶଗଡ଼ ରାଜ୍ୟର

ବଲରାମପୁର ଜିଲ୍ଲା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ବିଶ୍ରାମନଗର ନିକଟରେ ପ୍ରାୟ 40 ବର୍ଷ ପୁରୁଣା

ଲୁତି ବନ୍ଧ ଗତ ରାତିରେ ହଠାତ୍ ଭାଙ୍ଗି ଯାଇଛି । ଏହି ଘଟଣା ଫଳରେ ବନ୍ଧ ତଳ ଅଞ୍ଚଳରେ ଆକସ୍ମିକ ବନ୍ୟା

ପରିସ୍ଥିତି ସୃଷ୍ଟି ହୋଇଛି ଓ ଗାଁ ମଧ୍ୟରେ ଭୟଙ୍କର ବିପର୍ଯ୍ୟୟ ଘଟିଛି । ଏହି ଦୁର୍ଘଟଣାରେ

ଅନେକ ଲୋକ ନିଖୋଜ ହୋଇଥିବାର ସୂଚନା ମିଳିଛି।

ଗ୍ରାମବାସୀଙ୍କ ସୂଚନା ପରେ

ଜିଲ୍ଲା ପୋଲିସ, ପ୍ରଶାସନ ଓ ଏନ୍‌ଡିଆରଏଫ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରାତିରୁ ରିଲିଫ

ଓ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

4ଜଣଙ୍କ ମୃତଦେହ ଜବତ, 3

ନିଖୋଜ

ପୋଲିସ ସୂତ୍ର ଅନୁସାରେ, ବନ୍ଧ ତଳ ଅଞ୍ଚଳରେ ରହୁଥିବା ସାତ ଜଣ ଲୋକ ପାଣିରେ ଭାସିଯାଇଥିଲେ, ଏଥିରେ ଗୋଟିଏ ପରିବାରର ଛଅ ଜଣ ଅନ୍ତର୍ଭୁକ୍ତ ଅଛନ୍ତି । ପୋଲିସ ଓ ଏନ୍‌ଡିଆରଏଫ୍ ଦଳ ବିଳମ୍ବିତ

ରାତିରେ ଦୁଇଟି ମୃତଦେହ ଓ ବୁଧବାର ସକାଳେ ଆଉ ଦୁଇଟି ମୃତଦେହ ଉଦ୍ଧାର କରିଛନ୍ତି । ପୋଲିସ

ଅନୁଯାୟୀ, ଏପର୍ଯ୍ୟନ୍ତ 4 ଜଣଙ୍କ ମୃତଦେହ ମିଳିଛି, ଏବଂ ଏବେବି ତିନି ଜଣ ନିଖୋଜ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande