ବେଜିଂ, 3 ସେପ୍ଟେମ୍ବର (ହି.ସ.) - ଦ୍ୱିତୀୟ
ବିଶ୍ୱୟୁଦ୍ଧରେ ଜାପାନୀ ଆକ୍ରମଣ ବିରୁଦ୍ଧରେ ମିଳିଥିବା ବିଜୟର ୮୦ତମ ବାର୍ଷିକୀ ଅବସରରେ ବୁଧବାର
ଚୀନର ଥିଆନମେନ୍ ଛକରେ ‘ଭିକ୍ଟୋରୀ ଡେ’
ପରେଡ୍ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଚୀନ ଏକ
ବୃହତ୍ ସେନା ପରେଡ ପ୍ରଦର୍ଶନ କରି, ବିଶ୍ୱକୁ ତାର ଯୁଦ୍ଧ ବିମାନ, ମିସାଇଲ୍, ନୂତନ
ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ ସହିତ ଆଧୁନିକ ଅସ୍ତ୍ରଶସ୍ତ୍ର ଦେଖାଇଛି ।
ଏହି ପରେଡ୍ରେ ରୁଷ
ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଉତ୍ତର କୋରିଆ ନେତା କିମ୍
ଜୋଙ୍ଗ ଉନ୍, ବେଲାରୁସ ରାଷ୍ଟ୍ରପତି ଆଲେକ୍ଜେଣ୍ଡର୍ ଲୁକାଶେନ୍କୋ ସହିତ ମାଲେସିଆ, ମ୍ୟାନମାର, ମଙ୍ଗୋଲିଆ, ଇଣ୍ଡୋନେଶିଆ, ପାକିସ୍ତାନ, ନେପାଳ, ମାଲଦ୍ବୀପ ଇତ୍ୟାଦି ୨୬ଟି
ଦେଶର ଶୀର୍ଷ ନେତାମାନେ ଉପସ୍ଥିତ ଥିଲେ।
ଗ୍ଲୋବାଲ୍ ଟାଇମ୍ସ ଅନୁଯାୟୀ, ଏହି ଅବସରରେ ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଯେ, ଚୀନକୁ ଆଗକୁ
ବଢ଼ିବାରୁ କୌଣସି ଶକ୍ତି ରୋକିପାରିବେ ନାହିଁ। ସେ କହିଛନ୍ତି ଯେ ତାଙ୍କର ଦେଶ କାହାର ଧମକକୁ ଭୟ
କରେନି ଏବଂ ସର୍ବଦା ଆଗକୁ ବଢ଼ିଚାଲିଛି। ସେ କହିଛନ୍ତି , ଏହା ଏକ ନୂଆ
ଯାତ୍ରା, ଏକ ନୂଆ ଯୁଗ।
ଚୀନ ଏଠାରେ ଏପର୍ଯ୍ୟନ୍ତର
ସବୁଠୁ ବଡ଼ ସେନା ପରେଡ୍ କରିଥିଲା, ଏଥିରେ ଜେ-20 ଓ ଜେ-35 ଯୁଦ୍ଧ ବିମାନ, ଡିଏଫ-31ଏଜିଓ ଡିଏଫ-41 ବ୍ୟାଲିଷ୍ଟିକ୍
ମିସାଇଲ୍, ଡିଏଫ-ଜେଡଏଫହାଇପରସୋନିକ୍
ମିସାଇଲ୍, ଏୟାର୍ ଡିଫେନ୍ସ ସିଷ୍ଟମ୍, ଟ୍ୟାଙ୍କ ଓ
ବଖ୍ତରବନ୍ଧ ଯାନ ସାମିଲ ଥିଲା । ପରେଡ୍ରେ 10,000ରୁ ଅଧିକ ସେନା ଅଂଶ ଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା