ନୂଆଦିଲ୍ଲୀ, 3 ସେପ୍ଟେମ୍ବର (ହି.ସ.)- ଭାରତ ଗସ୍ତରେ ଆସିଥିବା ଜର୍ମାନ ବିଦେଶମନ୍ତ୍ରୀ
ଜୋହାନ ଡେଭିଡ ୱେଡଫୁଲ ବୁଧବାର ଡ଼ଃ ଏସ୍ ଜୟଶଙ୍କର ଓ କେନ୍ଦ୍ରୀୟ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ
ଭେଟିବେ। ଏହା ପୂର୍ବରୁ, ମଙ୍ଗଳବାର ଦିନ ସେ ଭାରତ ଗସ୍ତରେ ବେଙ୍ଗାଲୁରୁ ଆସିଥିଲେ ଓ ସେଠାରେ ଭାରତୀୟ ଅନ୍ତରିକ୍ଷ
ଅନୁସନ୍ଧାନ ସଂସ୍ଥା ପରିଦର୍ଶନ କରିଥିଲେ।
ଏହା ସଂପର୍କରେ ବିଦେଶ ମନ୍ତ୍ରଣାଳୟ
ଏକ ଏକ୍ସ ପୋଷ୍ଟ ଜରିଆରେ କହିଛି ଯେ, ଜର୍ମାନ ବିଦେଶମନ୍ତ୍ରୀ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ
ଏଠାରେ କେନ୍ଦ୍ରୀୟ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ ସହିତ ଭେଟିବେ। ଏହା ପରେ ସେ
ବିଦେଶମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହିତ ଏକ ବୈଠକ କରିବେ। ବୈଠକ ପରେ ସେ ଜର୍ମାନୀ ପ୍ରସ୍ଥାନ
କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା