ନୂଆଦିଲ୍ଲୀ, 3 ସେପ୍ଟେମ୍ବର (ହି.ସ.)- ଜିଏସ୍ଟି ପରିଷଦର
ଦୁଇ ଦିବସୀୟ ବୈଠକ ବୁଧବାରରୁ ଆରମ୍ଭ ହେଉଛି, ଏଥିରେ ଦୈନିନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ ଉପରେ କର କମ କରିବା ପାଇଁ ମାଲ ଓ ସେବା କରରେ
ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବା ବିଷୟରେ ବିଚାର ବିମର୍ଶ ହେବା ସମ୍ଭାବନା ରହିଛି। କେନ୍ଦ୍ରୀୟ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ପରିଷଦରେ ସମସ୍ତ ରାଜ୍ୟ
ଅଂଶ ନେଉଛନ୍ତି।
ଏହି ବୈଠକରେ ଜିଏସ୍ଟି
ସୁଧାର ପ୍ରସ୍ତାବ ଉପରେ ଆଲୋଚନା ହେବାର ଆଶା କରାଯାଉଛି। ପ୍ରସ୍ତାବିତ ସୁଧାର ମଧ୍ୟରେ
ବର୍ତ୍ତମାନର 12% ଓ 28% କର ହଟାଇ ମାତ୍ର 5% ଓ 18% – ଏହି ଦୁଇଟି କର ହାର ରଖାଯିବାର ଅଛି । ଏହା
ସହିତ କିଛି ବିଶେଷ ବସ୍ତୁ ଉପରେ 40% ର ବିଶେଷ କର ହାର ଲାଗୁ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା