ମାତା ବୈଷ୍ଣୋ ଦେବୀ ଯାତ୍ରା ନବମ ଦିନ ବି ସ୍ଥଗିତ, କଟରାରେ 24ଘଂଟାରେ 200 ମିମିରୁ ଅଧିକ ବର୍ଷା ରେକର୍ଡ
ଜମ୍ମୁ, 3 ସେପ୍ଟେମ୍ବର (ହି.ସ.)- ତ୍ରିକୁଟା ପାହାଡ଼ ଉପରେ ଅବସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବା ତୀର୍ଥଯାତ୍ରା ବୁଧବାର ଦିନ ନବମ ଦିନ ମଧ୍ୟ ସ୍ଥଗିତ ରହିଛି, । ଆଧାର ଶିବିର କଟରାରେ ଗତ ୨୪ ଘଣ୍ଟା ମଧ୍ୟରେ 200 ମି.ମି. ଠାରୁ ଅଧିକ ବୃଷ୍ଟି ହୋଇଛି, ଯାହା ଜମ୍ମୁ
ମାତା ବୈଷ୍ଣୋ ଦେବୀ ଯାତ୍ରା     ନବମ ଦିନ ବି ସ୍ଥଗିତ, କଟରାରେ 24ଘଂଟାରେ 200 ମିମିରୁ ଅଧିକ ବର୍ଷା ରେକର୍ଡ


ଜମ୍ମୁ, 3 ସେପ୍ଟେମ୍ବର (ହି.ସ.)- ତ୍ରିକୁଟା ପାହାଡ଼

ଉପରେ ଅବସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବା ତୀର୍ଥଯାତ୍ରା ବୁଧବାର ଦିନ ନବମ ଦିନ ମଧ୍ୟ

ସ୍ଥଗିତ ରହିଛି, । ଆଧାର ଶିବିର କଟରାରେ ଗତ ୨୪ ଘଣ୍ଟା ମଧ୍ୟରେ 200 ମି.ମି. ଠାରୁ

ଅଧିକ ବୃଷ୍ଟି ହୋଇଛି, ଯାହା ଜମ୍ମୁ ଅଞ୍ଚଳରେ ସବୁଠାରୁ ଅଧିକ ବୋଲି

ଜଣାପଡିଛି ।

ଗତଅଗଷ୍ଟ ୨୬ରେ ଅର୍ଧକୁଁୱାରୀ ନିକଟରେ ବର୍ଷା ଯୋଗୁ

ଘଟିଥିବା ବଡ଼ ଭୂସ୍ଖଳନ ଘଟଣାରେ ୩୪ ଜଣ ତୀର୍ଥଯାତ୍ରୀଙ୍କ ଜୀବନ ହରାଇଥିଲେ ଓ ୨୦ ଜଣ ଆହତ

ହୋଇଥିଲେ। ଏହି ଦୁଖଦ ଘଟଣା ପରେ ମାତା ବୈଷ୍ଣୋ ଦେବୀଙ୍କ ତୀର୍ଥଯାତ୍ରା ସ୍ଥଗିତ କରାଯାଇଥିଲା ।

ଏହାସତ୍ୱେ, ମନ୍ଦିର ଖୋଲା ଅଛି ଓ ପୂଜାରୀମାନେ ଦିନ ପ୍ରତିଦିନ ପୂଜା ଓ ଅନୁଷ୍ଠାନ କରୁଛନ୍ତି। ଯାତ୍ରା

ବାତିଲ ହେବା ଫଳରେ କଟରା ପହଁଚିଥିବା କିଛି ତୀର୍ଥଯାତ୍ରୀ “ଦର୍ଶନୀ ଦ୍ୱାର” (ମନ୍ଦିର ପଥର ପ୍ରଧାନ ପ୍ରବେଶ ଦ୍ୱାର) ନିକଟରେ ପୂଜା-ଅର୍ଚ୍ଚନା କରୁଛନ୍ତି। ଦର୍ଶନୀ ଦ୍ୱାର

ମନ୍ଦିର ପଥର ପ୍ରଥମ ଦର୍ଶନକୁ ପ୍ରତିନିଧିତ୍ୱ କରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande