ସୁକମା, 3 ସେପ୍ଟେମ୍ବର (ହି.ସ.)- ଛତିଶଗଡ଼ର ସୁକମା
ଜିଲ୍ଲାରେ ୨୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ ମହିଳା ଓ ୧୧ ଜଣ
ପୁରୁଷ ନକ୍ସଲ ଅଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲ ମଧ୍ୟରୁ ଜଣେ ପିଏଲଜିଏବଟାଲିୟନ (ମାଓବାଦୀ ସଂଗଠନ) ସହ ସକ୍ରିୟ ଏକ ହାର୍ଡକୋର ମହିଳା ନକ୍ସଲ
ମଧ୍ୟ ଅଛନ୍ତି।
ଏହି ସମସ୍ତଙ୍କ ଉପରେ ମୋଟ ୩୩
ଲକ୍ଷ ଟଙ୍କାର ଇନାମ ଘୋଷିତ ଥିଲା। ସେଥିରୁ ଦୁଇ ଜଣଙ୍କ ଉପରେ ୮-୮ ଲକ୍ଷ, ଗୋଟିଏ ଉପରେ ୫ ଲକ୍ଷ, ଚାରିଜଣ ଉପରେ ୨-୨ ଲକ୍ଷ ଓ ଅନ୍ୟ ଚାରି ଜଣ ଉପରେ ୧-୧
ଲକ୍ଷ ଟଙ୍କାର ଇନାମ ଥିଲା।
ସୁକମା ଜିଲ୍ଲା ପୋଲିସ
ଅଧୀକ୍ଷକ କାର୍ଯ୍ୟାଳୟ ଅନୁଯାୟୀ, ଛତିଶଗଡ଼ ସରକାରଙ୍କ “ନକ୍ସଲ ଆତ୍ମସମର୍ପଣ
ପୁନର୍ବାସ ନୀତି” ଓ “ନିୟଦ ନେଲ୍ଲା ନାର୍” ଯୋଜନାର ପ୍ରଭାବ ତଥା ଅତ୍ୟଧିକ ସଂବେଦନଶୀଳ ଅଞ୍ଚଳରେ ପୋଲିସ କ୍ୟାମ୍ପ ସ୍ଥାପନ ଓ ବୃଦ୍ଧି
ହେଉଥିବା ପୋଲିସ ପ୍ରଭାବ ଓ ନକ୍ସଲ ହିଂସାରେ ଥକିଯାଇ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା