ଆଜି ତିନିଦିନିଆ ଭାରତ ଗସ୍ତରେ ଆସିବେ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଂଗ ତୋବଗେ, ପତ୍ନୀଙ୍କ ସହ ଯିବେ ଅଯୋଧ୍ୟା ଓ ଗୟାଜୀ
ନୂଆଦିଲ୍ଲୀ, 3 ସେପ୍ଟେମ୍ବର (ହି.ସ.)- ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ ବୁଧବାରରୁ ତିନିଦିନିଆ ଭ୍ରମଣରେ ଭାରତ ଆସୁଛନ୍ତି। ସେ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ସମୟରେ ତାଙ୍କର ପତ୍ନୀ ଓମ ତାଶି ଡୋମାଙ୍କ ସହିତ ଅଯୋଧ୍ୟା ଏବଂ ଗୟାଜୀ ଯିବେ। ଏହା ପ
ଆଜି ତିନିଦିନିଆ ଭାରତ     ଗସ୍ତରେ ଆସିବେ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଂଗ ତୋବଗେ, ପତ୍ନୀଙ୍କ ସହ ଯିବେ ଅଯୋଧ୍ୟା ଓ     ଗୟାଜୀ


ନୂଆଦିଲ୍ଲୀ, 3 ସେପ୍ଟେମ୍ବର (ହି.ସ.)- ଭୁଟାନର

ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ ବୁଧବାରରୁ ତିନିଦିନିଆ ଭ୍ରମଣରେ ଭାରତ ଆସୁଛନ୍ତି। ସେ ୬

ସେପ୍ଟେମ୍ବର ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ସମୟରେ ତାଙ୍କର ପତ୍ନୀ ଓମ ତାଶି ଡୋମାଙ୍କ ସହିତ

ଅଯୋଧ୍ୟା ଏବଂ ଗୟାଜୀ ଯିବେ। ଏହା ପରେ ସେ ଦିଲ୍ଲୀରେ ବିଦେଶମନ୍ତ୍ରୀ ଡ଼ଃ ଏସ ଜୟଶଙ୍କରଙ୍କୁ

ସାକ୍ଷାତ କରିବେ ।

ଏହା ପୂର୍ବରୁ ତୋବଗେ ୨୦-୨୧

ଫେବ୍ରୁଆରୀ ତାରିଖରେ ଭାରତରେ ଏକ ଆଧିକାରିକ ଗସ୍ତରେ ଆସିଥିଲେ। ଏହି ସମୟରେ ସେ ‘ସ୍କୁଲ ଅଫ୍ ଅଲ୍ଟିମେଟ୍ ଲିଡରସିପ୍’ ଦ୍ୱାରା ଆୟୋଜିତ ପ୍ରଥମ

ନେତୃତ୍ୱ ସମ୍ମିଳନୀରେ ଯୋଗ ଦେଇଥିଲେ। ଏଥିରେ ତୋବଗେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦିଙ୍କୁ ‘ବଡ଼ ଭାଇ’ ଓ ‘ଗୁରୁ’ ବୋଲି ସମ୍ବୋଧନ କରି ସେଠାରୁ ମାର୍ଗଦର୍ଶନ ମାଗିଥିଲେ, ଯାହା ତାଙ୍କୁ ଭୁଟାନରେ ସାର୍ବଜନିକ ସେବାକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିପାରେ।

ତୋବଗେ ଏହି ସମୟରେ ହିନ୍ଦୀ ଭାଷାର ବ୍ୟବହାର କରିଥିଲେ, ଯାହାକୁ ଦର୍ଶକମାନେ

ଅଧିକ ପ୍ରଶଂସା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande