ନୂଆଦିଲ୍ଲୀ, 3 ସେପ୍ଟେମ୍ବର (ହି.ସ.)- ଜାତୀୟ
ଆୟୁର୍ବିଜ୍ଞାନ ଆୟୋଗ କେରଳର ୱାୟନାଡ଼ରେ ଏକ ନୂତନ ସରକାରୀ ମେଡିକାଲ୍ କଲେଜ୍କୁ ଅନୁମୋଦନ
ଦେଇଛନ୍ତି, ଯାହାକୁ ନେଇ କଂଗ୍ରେସ୍
ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଖୁସି ବ୍ୟକ୍ତ କରିଛନ୍ତି। ସେ ଏହାକୁ ଏକ ସ୍ବପ୍ନ ସାକାର
ହେବା ପରି କହିଛନ୍ତି । ସେ ତାଙ୍କର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଏହାର
ଶ୍ରେୟ ଲୋକସଭାରେ ବିରୋଧୀ ନେତା ରାହୁଲ୍ ଗାନ୍ଧୀଙ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ,
ଏହା ୱାୟନାଡ଼ର ଲକ୍ଷ-ଲକ୍ଷ ଲୋକଙ୍କର ପ୍ରାର୍ଥନା ଓ
ରାହୁଲ୍ ଗାନ୍ଧୀଙ୍କ ଅବିରତ ପ୍ରୟାସର ପରିଣାମ। ସେ ଏହାକୁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହି
ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେ, ସେମାନେ ୱାୟନାଡ଼ବାସୀଙ୍କ ଦୁଃଖ ଶୁଣିଛନ୍ତି ଓ ସେଠାରେ ମଜବୁତ ସ୍ୱାସ୍ଥ୍ୟ ସେବା ପ୍ରଦାନ
କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସେ ଆଶା କରିଛନ୍ତି ଯେ ରାଜ୍ୟ ସରକାର ଏହି ମେଡିକାଲ୍ କଲେଜ୍
ତିଆରି କରିବାରେ ତ୍ୱରାନ୍ୱିତ ପଦକ୍ଷେପ ନେବେ ଓ ଏହାକୁ ଶୀଘ୍ର ଚାଲୁ କରିବେ। କଂଗ୍ରେସ ସାଂସଦ
ସମସ୍ତଙ୍କୁ ୱାୟନାଡ଼ ଲୋକଙ୍କ ଉନ୍ନତି ଓ ପ୍ରଗତି ପାଇଁ କାମ କରିବା ପାଇଁ ଆହ୍ୱାନ କରିଛନ୍ତି।
ସେ କହିଛନ୍ତି, ଏହି ମୁହୂର୍ତ୍ତକୁ
ବହୁତ ଦିନ ଧରି ଅପେକ୍ଷା କରୁଥିବା ସମସ୍ତଙ୍କୁ ଅଭିନନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା