, 3 ସେପ୍ଟେମ୍ବର (ହି.ସ.)
ନୂଆଦିଲ୍ଲୀ- ଦିଲ୍ଲୀରେ
ଯମୁନା ନଦୀର ଜଳସ୍ତର ବିପଦ ସଂକେତ 205.33 ମିଟର ଠାରୁ ଅଧିକ 206.8 ମିଟର ଉପରେ ପ୍ରବାହିତ
ହେଉଛି । ପାହାଡ଼ିଆ ଓ ମୈଦାନ ଅଞ୍ଚଳରେ ଲଗାତାର ବୃଷ୍ଟି ଓ ହଥିନୀ କୁଣ୍ଡ ବନ୍ଧରୁ ଜଳ ଛଡ଼ାଯାଉଥିବା
କାରଣରୁ ଯମୁନା ନଦୀର ଜଳସ୍ତର ବିପଦ ସୀମା ଉପରେ ପହଞ୍ଚିଛି।
ଦିଲ୍ଲୀର ଲୋକ ନିର୍ମାଣ
ବିଭାଗ ମନ୍ତ୍ରୀ ପ୍ରଭେଶ ସାହିବ ସିଂହ ବୁଧବାର ଦିନ ଆଇ.ଟି.ଓ. ବ୍ୟାରେଜ୍ ଯାଇ ସ୍ଥିତି ଅନୁଧ୍ୟାନ
କରିଛନ୍ତି । ସେ ଏଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ,
ଯମୁନା ନଦୀର ଜଳସ୍ତର ବର୍ତ୍ତମାନ 206.8 ମିଟର ଅଛି। 2023
ରେ ଯେତେବେଳେ ଯମୁନାର ଜଳସ୍ତର 208 ମିଟର ଛୁଇଁଥିଲା, ସେତେବେଳେ ଦିଲ୍ଲୀର ଆବାସିକ ଅଞ୍ଚଳରେ ପାଣି ପଶିଥିବା ସେ ମନେ ପକାଇଥିଲେ। ହେଲେ ଏବେ ସେ
ସ୍ପଷ୍ଟ କରିଛନ୍ତି ଯେ ଯମୁନାର ପାଣି ଏବେ ଆବାସିକ ଅଞ୍ଚଳରେ ପଶିବନାହିଁ। ସେ କହିଛନ୍ତି ଯେ, ଏହା ଦିଲ୍ଲୀର ବିଜେପି ସରକାର ଦ୍ୱାରା କରାଯାଇଥିବା କାମର ପରିଣାମ। ସେ କହିଛନ୍ତି ଯେ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଯମୁନାର ଜଳସ୍ତର କମିବା ଆରମ୍ଭ ହେବ।
ଯମୁନା କୂଳରେ ରହୁଥିବା
ଲୋକମାନଙ୍କୁ ପୂର୍ବରୁ ହିଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଧିକାରୀମାନଙ୍କୁ ପ୍ରଭାବିତ
ନାଗରିକମାନଙ୍କ ପାଇଁ ପାନୀୟ ଜଳ, ଖାଦ୍ୟ, ଚିକିତ୍ସା ସୁବିଧା
ଓ ସୁରକ୍ଷିତ ଆବାସ ଉପଲବ୍ଧ କରିବା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ କହିଛନ୍ତି
ଯେ, ବନ୍ୟା ପ୍ରଭାବିତ ଲୋକଙ୍କ
ସୁରକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧା ହେଉଛି ସରକାରର ସର୍ବୋଚ୍ଚ
ପ୍ରାଥମିକତା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା