ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.)- ଆମର ଦୈନନ୍ଦିନ ସହରାଞ୍ଚଳ ଜୀବନରେ ସ୍ୱଚ୍ଛତା କେତେ ଆବଶ୍ୟକ, ଆମେ ସ୍ୱଚ୍ଛତା କିପରି ରହି ପରିମଳ ବ୍ୟବସ୍ଥିତ କରିବା ଏଥିପାଇଁ ବଲାଙ୍ଗିର ପୌରାଞ୍ଚଳ ପକ୍ଷରୁ ପଥପ୍ରାନ୍ତ ନୃତ୍ୟ ଗୀତ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଶୋକ କୁମାର ଦୀପ ଙ୍କ ପ୍ରାକ ସୂଚନା ଓ କାର୍ଯ୍ୟକ୍ରମ ସଂଯୋଜକ, ଥିଲା ବେଳେ ସମସ୍ତ ପୂଜା ସ୍ଥଳ, ବିଭିନ୍ନ ମନ୍ଦିର ଜନଗହଳି ଅଞ୍ଚଳରେ ସ୍ୱଚ୍ଛତା ବାର୍ତ୍ତା ପ୍ରଚାର କରାଯାଉଛି। କଳାକାର ବିଶିକେଶନ ନାଗ ଗାୟକ, ନୃତ୍ୟ କଳାକାର ସନ୍ଧ୍ୟା ମଲ୍ଲିକ, ଗୌରୀ ଜଗଡଳା, ବାଦ୍ୟ କଳାକାର ଲିଙ୍ଗରାଜ ପାତ୍ର, ଦୀପକ ନାଏକ , ରୋଷନ୍ କୁମ୍ଭାର, ସଞ୍ଜୟ ସାହୁ, ପଥପ୍ରାନ୍ତ ସ୍ୱଚ୍ଛତା ର ବାର୍ତା ନେଇ ନୃତ୍ୟ ଗୀତ ମାଧ୍ୟମ ରେ ପ୍ରଚାର କରୁଛନ୍ତି। 28 ସେପ୍ଟେମ୍ବରରୁ ଦଶହରା ଉପଲକ୍ଷେ 2 ଅକ୍ଟୋବର ପର୍ଯ୍ୟନ୍ତ, ଦିନକୁ 5ରୁ 6 ଗୋଟି ସ୍ଥାନରେ ନୃତ୍ୟ ଗୀତ ମାଧ୍ୟମ ରେ ସ୍ୱଚ୍ଛତାର ସଚେତନତା ବାର୍ତ୍ତା ନେଇ ଭିନ୍ନ ଆଞ୍ଚଳିକ ଗୀତ ସହିତ ରସରକେଲି ଗୀତ ତାଳରେ ସ୍ୱଚ୍ଛତା ବାର୍ତ୍ତାରେ ବଲାଙ୍ଗିର ସହର କେ ସଫା ସୂତର ରଖମା, ଆମର ବଲାଙ୍ଗିର କେତେଯେ ସୁନ୍ଦର, ଚମକୁ ଥିବା ଆମର ଇ ସହର, ସ୍ଵଚ୍ଛତା ସପନ କେ ସାକାର କର୍ମା, କରି ପଲିଥିନ ର ବେଭାର ବନ୍ଦ କରିଦେମା, ଘର ନୁ ସହର କେ ସଫା ସୁତାର ରଖାମା ଭଳି ସୂଚନା ଗୀତ ମାଧ୍ୟମ ରେ ଗାୟକ କଳାକାର ବିଶିକେସନ୍ ନାଗ ମଧୁର କଣ୍ଠରେ ଗାଇବା ସହିତ ନୃତ୍ୟ କଳାକାର ସନ୍ଧ୍ୟା ମଲ୍ଲିକ, ଗୌରୀ ଜଗଡଳା ଗୀତାର ତଳେ ତାଳେ ନୃତ୍ୟ ପରିବେଷଣ କରି ସମବେତ ଜନତା ମାନଙ୍କୁ ସ୍ୱଚ୍ଛତା ର ବାର୍ତା ଦେଇଥିଲେ।
ଦୁଲୁଦୁଲି କଳା ପରିଷଦ ଦ୍ବାରା ବାସୁଦେବ ସା ଙ୍କ ନିର୍ଦ୍ଦେଶନା ରେ ଦୁଲୁଡ଼ୁଲି ବାଦ୍ୟ ଯନ୍ତ କୁ ବଜାଇ ଥିବା ବାଦ୍ୟ କଳାକାର ମାନେ ହେଲେ ଲିଙ୍ଗରାଜ ପାତ୍ର, ଦୀପକ ନାଏକ, ରୋଷନ୍ କୁମ୍ଭାର, ସଞ୍ଜୟ ସାହୁ, । ଏହି ସ୍ୱଚ୍ଛତାକୁ ଗତ 28 ସେପ୍ଟେମ୍ବରରୁ ଗାନ୍ଧୀ ଜୟନ୍ତୀ ଅକ୍ଟୋବର ପର୍ଯ୍ୟନ୍ ପାର୍ବଣରେ ବଲାଙ୍ଗିର ସହର ମଧ୍ୟରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆୟୋଜନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ