ଭଗବାନପୁର ପଂଚାୟତରେ ଲାଇଟ୍ ଲଗାଇବା ଘଟଣାକୁ ନେଇ ଗଣ୍ଡଗୋଳ, ଥାନାରେ ପୃଥକ ପୃଥକ ମାମଲା
ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତରେ କିଛି ଦିନ ହେବ ଷ୍ଟ୍ରିଟ ଲାଇଟି କୁ କେନ୍ଦ୍ର କରି ଅଂଚଳ ରେ ବେସ ହଟଚମଟ ଚାଲିଥିବା ବେଳେ ଲାଇଟି ଲଗା ନଯାଇ ୧ ଲକ୍ଷ ୮୦ ହଜାର ଟଙ୍କା ସରପଂଚ ଓ ପିଇଓ ଟଙ୍କା ଉଠାଇ ନେଇ ଥିଲେ।ସମିତିସଭ୍ୟ ସୁଦୀପ୍ତ ଖଟୁଆ ଓ ଅନ୍ୟ ଲୋକ
BHAGABANPUR PANCHAYAT GANDAGOLA


ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତରେ କିଛି ଦିନ ହେବ ଷ୍ଟ୍ରିଟ ଲାଇଟି କୁ କେନ୍ଦ୍ର କରି ଅଂଚଳ ରେ ବେସ ହଟଚମଟ ଚାଲିଥିବା ବେଳେ ଲାଇଟି ଲଗା ନଯାଇ ୧ ଲକ୍ଷ ୮୦ ହଜାର ଟଙ୍କା ସରପଂଚ ଓ ପିଇଓ ଟଙ୍କା ଉଠାଇ ନେଇ ଥିଲେ।ସମିତିସଭ୍ୟ ସୁଦୀପ୍ତ ଖଟୁଆ ଓ ଅନ୍ୟ ଲୋକ ପ୍ରତିନିଧି ମାନେ ବିରୋଧ କରିବାରୁ ପି ଇ ଓ ବ୍ୟାଙ୍କ ରେ ୨୯ ତାରିଖ ରେ ଡିପୋଜିଟି କରି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ହେଲେ ଘଟଣା କୁ ଲୁଚାଇବା ପାଇଁ ସରପଂଚ ଙ୍କ ସ୍ୱାମୀ କପିଳ ବଳ କିଛି ଲୋକ ଙ୍କୁ ଡ଼ାକି ଲାଇଟି ବାଂଟୁ ଥିବା ବେଳେ କିଛିଲୋକ ବିରୋଧ କରିଥିଲେ।।ଫଳରେ ଆଉ ଶ୍ରୀ ବଳ ଆଉ ଲାଇଟି ବାଂଟି ପାରିନଥିଲେ। ଏହି ଘଟଣା ପରେ ଭଗବାନପୁର ଗ୍ରାମର ଅଜିତ କୁମାର ଲେଙ୍କା ସରପଂଚ କାଂଚନ ଲତା ସ୍ୱାଇଁଙ୍କ ସ୍ୱାମୀ କପିଳେନ୍ଦ୍ର ବଳ କୁ ଗୋଟେ ଲାଇଟି ମାଗିଥିଲେ ଦାଣ୍ଡ ରେ ଲଗାଇବା ପାଇଁ। ପରେ ଶ୍ରୀ ବଳ ଓ ଅଜିତି ମଧ୍ୟ ରେ ବଚସା ହୋଇଥିଲା ଏଥିରେ ହଠାତ ରାଗିଯାଇ ଶ୍ରୀ ବଳ ଅଜିତ ମୁହଁକୁ ଶକ୍ତ ମୁଥ ମାରିଥିଲେ। ସେହି ମୁଥ ମାଡ଼ରେ ଅଜିତ ଙ୍କ ମୁହଁ ଫାଟି ରକ୍ତାକ୍ତ ହୋଇଥିଲା। ଅଜିତ ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ପୁନଃଶ୍ଚ ଆକ୍ରମଣ ପାଇଁ ଶ୍ରୀ ବଳ ଚେଷ୍ଟା କରିବା ସମୟରେ ସେଠାରେ ଥିବା ବାଇଧର ସାହୁ, ରାଜେଶ ପାତ୍ର ପ୍ରମୁଖ ବିରୋଧ କରିବା ସହ ଆହତ ଅଜିତ ଙ୍କୁ ଚିକିତ୍ସା ପାଇଁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶ୍ରୀ ଲେଙ୍କା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପରେ ଶ୍ରୀ ବଳ ତାଙ୍କ ପତ୍ନୀଙ୍କୁ ନେଇ ଥାନାରେ ପହଂଚି ପାଲଟା ଅଭିଯୋଗ ମଧ୍ୟ କରିଥିଲେ।ପୋଲିସ ଉଭୟ ପକ୍ଷର ଅଭିଯୋଗ କ୍ରମେ ଧାମନଗର ଥାନା ରେ କେସ ନଂ ୩୬୪/୨୫ ଓ ୩୬୭/୨୫ ରେ ଦୁଇଟି ମାମଲା ରୁଜୁ ହୋଇଥିବା ଜଣା ଯାଇଛି। ତେବେ ଉକ୍ତ ଘଟଣା କୁ ନେଇ ସ୍ଥାନୀୟ ଅଂଚଳ ରେ ମୃଦୁ ଉତେଜନା ଦେଖା ଦେଇଚି। ଉଭୟ ପକ୍ଷରୁ ଅଭିଯୋଗ ପାଇ ଦୁଇଟି ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ରଞ୍ଜନ ସେଠୀ କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande