ଭୁବନେଶ୍ୱର , ୩୦ ସେପ୍ଟେମ୍ବର (ହି.ସ.)- ବିଜେପିର ବରିଷ୍ଠ ନେତା ବିଜୟ କୁମାର ମାଲହୋତ୍ରାଙ୍କ ବିୟୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।
ଏକ୍ସସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ କୁମାର ମାଲହୋତ୍ରା ଜୀଙ୍କ ଦେହାନ୍ତ ଖବର ଶୁଣି ଗଭୀର ଦୁଃଖିତ। ତାଙ୍କର ଦୀର୍ଘ ସାର୍ବଜନୀନ ଜୀବନ ମର୍ଯ୍ୟାଦା, ସମର୍ପଣ ଏବଂ ଜାତୀୟ ବ୍ୟାପାର ପ୍ରତି ଗଭୀର ବୁଝାମଣାକୁ ପ୍ରତିଫଳିତ କରେ।
ମହାପ୍ରଭୂ ଶ୍ରୀ ଜଗନ୍ନାଥ ତାଙ୍କ ଆତ୍ମାକୁ ଅନନ୍ତ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଏହି ଦୁଃଖ ସମୟରେ ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ଶକ୍ତି ଦିଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା