ଭୁବନେଶ୍ୱର , ୩୦ ସେପ୍ଟେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ମହାଅଷ୍ଟମୀ ଅବସରରେ କେନ୍ଦୁଝରସ୍ଥିତ ଝୁମ୍ପୁରା ପୂଜା ମଣ୍ଡପରେ ପୂଜା ଅର୍ଚ୍ଚନା କରିଛନ୍ତି।
ଏସମ୍ପର୍କରେ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ପବିତ୍ର ମହାଅଷ୍ଟମୀ ଅବସରରେ କେନ୍ଦୁଝରସ୍ଥିତ ଝୁମ୍ପୁରା ପୂଜା ମଣ୍ଡପରେ ଜଗତଜନନୀ ମା'ଦୁର୍ଗାଙ୍କ ପୂଜା ଅର୍ଚ୍ଚନା କରିବା ସହ ମା'ଙ୍କ ନିକଟରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲି । ମା'ଙ୍କ ପୂଜାରେ ସାମିଲ ହେବା ଏକ ଦିବ୍ୟ ଅନୁଭବ । ସମସ୍ତଙ୍କ ଉପରେ ମା’ ଦୁର୍ଗାଙ୍କ କୃପା ରହିଥାଉ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା