କେନ୍ଦୁଝର, 30 ସେପ୍ଟେମ୍ବର (ହି.ସ.)
ଆଙ୍କର: ନିଜ ଗାଁ ରାଇକଳାରେ ଦୁର୍ଗାପୂଜା ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ, ଝୁମ୍ପୁରା ଦୁର୍ଗାପୂଜା ମଣ୍ଡପରେ ଯଜ୍ଞରେ ଆହୁତି ଦେବା ସହିତ ମାଦୁର୍ଗାଙ୍କର ଆଳତି କରିଛନ୍ତି । ଏହାପରେ ଝୁମ୍ପୁରା ସାଇ ମନ୍ଦିର ଯାଇ ସାଇବାବାଙ୍କର ପୂଜାର୍ଚ୍ଚନା କରିଥିଲେ l ସନ୍ଧ୍ୟାରେ କେନ୍ଦୁଝର ସହର ଦୁର୍ଗାପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ନିଜ ଗାଁ ଓ ସ୍ଥାନୀୟ ଲୋକଙ୍କୁ ନଭୂଲି ଦୁର୍ଗାପୂଜାରେ ସାମିଲ୍ ହେବାକୁ ସ୍ୱାଗତ କରିଛନ୍ତି ଲୋକେ । ଆଜି ଦୁର୍ଗାପୂଜା ଅବସରରେ ଗୋଟିଏ ଦିନ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ରାଇସୁଆଁ Airstrip ରେ ପହଞ୍ଚି ସେଠାରୁ ସିଧାସଳଖ ସଡ଼କ ପଥରେ ନିଜ ଗାଁ ରାଇକଳାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପାରମ୍ପରିକ ଶୈଳୀରେ ବନ୍ଦାପନା କରିଥିଲେ ସ୍ଥାନୀୟ ଲୋକେ । ଏହାପରେ ତାଙ୍କୁ ଘରକୁ ସ୍ୱାଗତ କରିଥିଲେ ପରିବାର । ସେଠାରେ ଦୁର୍ଗାପୂଜା ଅବସରରେ ମଧ୍ୟାହ୍ନ ଭୋଜନ ପରେ ସ୍ଥାନୀୟ ଲୋକଙ୍କର ସମସ୍ୟାର ସମାଧାନ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ନିଜର ପରମ୍ପରା, ଜନ୍ମମାଟି, ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଭୂଲି ନଥିବାରୁ ଲୋକେ ଏହାକୁ ଭୂରି ଭୂରି ପ୍ରଶଂସା କରିଥିଲେ ।
ଗାଁ ରାଇକଳାରୁ ବାହାରି ମୁଖ୍ୟମନ୍ତ୍ରୀ ୫୨ ବର୍ଷରେ ପଦାର୍ପଣ କରିଥିବା ଝୁମ୍ପୁରା ଦୁର୍ଗାପୂଜା ମଣ୍ଡପରେ ପହଞ୍ଚି ଏଠାରେ ଯଜ୍ଞରେ ଆହୁତି ଦେଇଥିଲା । ଏହାପରେ ମାଦୁର୍ଗାଙ୍କର ଆଳତି କରିଥିଲେ ମୁଖ୍ୟମନ୍ତ୍ରୀ । ପରେ ସେ ଝୁମ୍ପୁରା ସାଇମନ୍ଦିର ଯାଇ ସାଇବାବାଙ୍କର ପୂଜାର୍ଚ୍ଚନା କରିଥିଲେ। ସନ୍ଧ୍ୟାରେ କେନ୍ଦୁଝର ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ସେଠାରେ ମୁଖ୍ୟମନ୍ତ୍ରୀ ପୂଜାରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ । ପରେ ସେ ଆଜି Circuit Houseରେ ରାତ୍ରୀଯାପନ କରିବେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA