ଓଡିଶା ରାଜ୍ୟ ପରିବହନ ବିଭାଗରୁ ଧାମରା- ପୁରୀ ବସ ସେବା ଆରମ୍ଭ
ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଧାମରା ରୁ ରାଜ୍ୟ ସରକାରଙ୍କ ବସ ସେବା ଆରମ୍ଭ କରିବା ପାଇଁ ଧାମରା ବାସୀ ଦୀର୍ଘ ଦିନ ହେବ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରି ଆସୁଥିବା ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟରେ ମଧ୍ୟ ଦାବୀ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟ ପରିବହନ
DHAMARA PURI BUS SEVA ARAMBHA


ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଧାମରା ରୁ ରାଜ୍ୟ ସରକାରଙ୍କ ବସ ସେବା ଆରମ୍ଭ କରିବା ପାଇଁ ଧାମରା ବାସୀ ଦୀର୍ଘ ଦିନ ହେବ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରି ଆସୁଥିବା ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟରେ ମଧ୍ୟ ଦାବୀ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟ ପରିବହନ ବିଭାଗର ଏକ ଭଲଭୋ ବସ ଧାମରା- ରୁ ବାହାରି ପୁରୀ ଯାତ୍ରା ଆରମ୍ଭ କରିଛି। ପ୍ରତ୍ୟେହ ସକାଳ ୬ଟାରୁ ଏହି ବସ ବାହାରି ଚାନ୍ଦବାଲି ହୋଇ ପୁରୀ ରେ ସକାଳ ୧୧ଟାରେ ପହଂଚିବ ଏବଂ ପ୍ରତ୍ୟେହ ସନ୍ଧ୍ୟା ୫ଟାରେ ଏହି ବସ ପୁରୀରୁ ବାହାରି ରାତ୍ର ୧୦ଟାରେ ଧାମରାରେ ପହଂଚିବ ବୋଲି ରାଜ୍ୟ ପରିବହନ ବିଭାଗରୁ ପ୍ରକାଶ। ଆଜି ଆରମ୍ଭ ହୋଇଥିବା ଏହି ବସ ସେବା ପାଇଁ ଧାମରାଇ ବିଜେପି ମଣ୍ଡଲର ପୂର୍ବତନ ସଭାପତି ଦେବେନ୍ଦ୍ର ନାୟକ, ସଭାପତି ତ୍ରିଦିବେଶ ପ୍ରଧାମ ଧାମରା ପଂଚାୟତ ସମିତି ସଭ୍ୟ ପାପା ଜେନା ଏବଂ ଧାମରା ଅଂଚଳବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande