ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରମ୍ପରା : ଦଶହରାରେ ଗ୍ରାମେ ଗ୍ରାମେ ଡାଲଖାଇ ନୃତ୍ୟ
ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.)- ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଡାଲଖାଇ ନୃତ୍ୟ ଆମର ଗ୍ରାମ ପରିବେଶ ଲୋକ ସଂସ୍କୃତି ସହିତ ଲୋକଙ୍କ ସହିତ ମିଶି ଯାଇଛି। ଦଶହରା ବେଳେ ଅଞ୍ଚଳର ଯେପରି ବିବାହିତ ଅବିବାହିତ ଝିଅ ନିଜର ମା ଘରକୁ ଭାଇ ଘରକୁ ଯୁଇନ୍ତିଆ ପାଇଁ ଆସନ୍ତି। ସବୁ ସ୍ଥାନରେ ନିଜର ପୁ
ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରମ୍ପରା : ଦଶହରା ରେ  ଗ୍ରାମେଡ ଗ୍ରାମେ ଡାଲଖାଇ ନୃତ୍ୟ


ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.)- ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଡାଲଖାଇ ନୃତ୍ୟ ଆମର ଗ୍ରାମ ପରିବେଶ ଲୋକ ସଂସ୍କୃତି ସହିତ ଲୋକଙ୍କ ସହିତ ମିଶି ଯାଇଛି। ଦଶହରା ବେଳେ ଅଞ୍ଚଳର ଯେପରି ବିବାହିତ ଅବିବାହିତ ଝିଅ ନିଜର ମା ଘରକୁ ଭାଇ ଘରକୁ ଯୁଇନ୍ତିଆ ପାଇଁ ଆସନ୍ତି। ସବୁ ସ୍ଥାନରେ ନିଜର ପୁରାତନ ସାଙ୍ଗ ସରିସା ସହିତ ମିଶନ୍ତି ଉତ୍ସବର ସମ୍ଭାର ଘଟିଥାଏ । ଖୁସିବାସିର ମାହୋଲରେ ନୃତ୍ୟ ଗୀତ ମଉଜ ମଜଲିସ ର ଆସର୍ ଜମେ।

ଶରତ ଋତୁର ଆଗମନରେ ପୁରପଲ୍ଲୀ ସଂସ୍କୃତିମୟ ହୋଇଉଠେ। ଗ୍ରାମାଞ୍ଚଳରେ ଗଣନାଥ ପୁଜା, ନୂଆଖାଇ ପରି ନିଆରା ସାଂସ୍କୃତିକ ପର୍ବ ପରେ ପରେ ଶରତ ଋତୁ ଆଗମନ ସହିତ ଦେବୀଙ୍କ ଆଗମନରେ ଢୋଲ, ମହୁରୀ ଇତ୍ୟାଦି ବୀର ବାଦ୍ୟ ଦୁଲଦୁଲି ବାଦ୍ୟ ଅଞ୍ଚଳକୁ ରସମୟ କରିଥାଏ, ପାର୍ବଣ ସମସ୍ତ ବାତାବରଣକୁ ମୁଖରିତ କରିଥାଏ।

ପଶ୍ଚିମ ଓଡ଼ିଶାର ସାମ୍ପ୍ରଦାୟିକ ଓ ସାଂସ୍କୃତିକ ପରିଚୟ ବୋଲି ପରିଚିତ ଡାଲଖାଇ ଆଜି ମଧ୍ୟ ଗ୍ରାମୀଣ ଜୀବନରେ ସଜିବା-ଧଜିବା ପରମ୍ପରା ଭାବରେ ବଞ୍ଚିଆସିଛି । ବଲାଙ୍ଗିର, ସମ୍ବଲପୁର, ସୋନପୁର, ବରଗଡ଼, ନୁଆପଡ଼ା ଇତ୍ୟାଦି ଜିଲ୍ଲାରେ ଏହି ଲୋକନୃତ୍ୟର ପ୍ରଭାବ ସ୍ପଷ୍ଟ । ‘ଡାଲଖାଇ, ଡାଲଖାଇ’ ବୋଲି ଗୀତ ଆରମ୍ଭ ସହିତ ଏହି ନୃତ୍ୟର ଆରମ୍ଭ ହୁଏ । ମୁଖ୍ୟତଃ କିଶୋରୀ ଏବଂ ମହିଳାମାନେ ବୃତ୍ତାକାରରେ ଦଣ୍ଡାଇ ଗାନ-ନାଚ କରନ୍ତି, ଯେଉଁଥିରେ ପୁରୁଷମାନେ ଡ୍ହୋଲ, ମହୁରି, ନିଶାନ ବାଦ୍ୟ ବାଦନ କରିଥାନ୍ତି । ଡାଲଖାଇର ଗୀତଗୁଡ଼ିକରେ ଗ୍ରାମଜୀବନ, ପ୍ରେମ, ବିବାହ, ଦେବୀ-ଦେବତା, ଏହିପରି ସାମାଜିକ ବିଷୟ ସହିତ ସହଜ ସ୍ଥାନ ପାଇଥାଏ । କେବେକେବେ ବ୍ୟଙ୍ଗ୍ୟାତ୍ମକ କଥାମାନେ ମଧ୍ୟ ଗୀତରେ ସ୍ଥାନ ପାଇଥାଏ । ଦଶହରା ପର୍ବ ସମୟରେ ଡାଲଖାଇ ନୃତ୍ୟ ଏବଂ ଗୀତର ମହତ୍ତ୍ୱ ସର୍ବାଧିକ । ପର୍ବ, ବିବାହ ଓ ଗ୍ରାମୀଣ ଉତ୍ସବରେ ଏହି ପରମ୍ପରାକୁ ଆଜିବି ସମାନ ଉତ୍ସାହ ସହିତ ଅନୁଷ୍ଠାନ କରାଯାଉଛି । ଡାଲଖାଇ କେବଳ ଏକ ଲୋକନୃତ୍ୟ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ମୂଳକୁ ପ୍ରକାଶ କରୁଥିବା ଗୋଟିଏ ଜୀବନ୍ତ ପରିଚୟ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande