ଦମ୍ପତିଙ୍କ ମହାନୀୟତା: ରାସ୍ତାରୁ ପାଇଥିବା ଲକ୍ଷାଧିକ ମୂଲ୍ୟର ଗହଣା ଥାନାକୁ କଲେ ହସ୍ତାନ୍ତର

ସମ୍ବଲପୁର, ୩୦ ସେପ୍ଟେମ୍ବର (ହି.ସ.) ଆଜି ସକାଳେ ଫାଟକ ଦୁର୍ଗାପୂଜା ମଣ୍ଡପ ନିକଟରେ ଶାରଦୀୟ ପୂଜା ଉତ୍ସବ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ସଂଖ୍ୟାରେ ଭିଡ଼ ହୋଇଥିଲା । ଏହି ଭିଡ଼ରେ ଏକ ଦମ୍ପତି ରାସ୍ତାରେ ପଡ଼ିଥିବା ଗୋଟିଏ ସୁନା ଭଳି ଚକଚକ୍ କରୁଥିବା ଚେନଟିଏ ପାଇଥିଲେ । ମାତ୍ର ଏହା ୨ ଭରିରୁ ଊର୍ଦ୍ଧ୍ବ ଓଜନର ଏକ ସୁନା ଚେନ୍ ବୋଲି ଜାଣିବା ପରେ ତୁରନ୍ତ ଟାଉନ ଥାନାକୁ ଯାଇ ସୁନା ଚେନ୍ ଟିକୁ ହସ୍ତାନ୍ତର କରିଥିଲେ । ବର୍ତ୍ତମାନ ସମୟରେ ସୁନାର ଦର ଯାହା ହେଲାଣି ତାହା ମଧ୍ୟରେ ଯାହାର ହଜିଥିବ ସେ କେତେ ଯେ ମାନସିକ ଯନ୍ତ୍ରଣା ପାଉଥିବ ତାହାକୁ ଅବତାରଣା କରି ଉପଯୁକ୍ତ ପ୍ରମାଣ ଦେବା ପରେ ଏହି ସୁନା ଚେନ୍ ହଜାଇଥିବା ମହିଳାଙ୍କୁ ଫେରାଇ ଦେବାପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଦମ୍ପତ୍ତି ଜଣଙ୍କ ପାଇଥିବା ଏହି ସୁନାଚେନ୍ ର ମୂଲ୍ୟ ଦୁଇ ଲକ୍ଷ୍ୟରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande