ସମ୍ବଲପୁର, ୩୦ ସେପ୍ଟେମ୍ୱର
(ହି.ସ.) ହାଇଦ୍ରାବାଦରୁ କୁଚିଣ୍ଡା ଫେରିବା ପରେ ସୌମ୍ୟକାନ୍ତଙ୍କୁ ବିପୁଳ ସ୍ବାଗତ ସମର୍ଦ୍ଧନା ପ୍ରଦାନ କରାଯାଇଛି । ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆ ପକ୍ଷରୁ ଉତ୍ତରପ୍ରଦେଶ ଲକ୍ଷ୍ନୌ ଠାରେ ଆୟୋଜିତ ଜାତୀୟ ୨ୟ ଜୁନିୟର ଓ ଯୁବ ପାରା ବ୍ୟାଡମିଣ୍ଟନ ଚମ୍ପିୟନସିପ ୨୦୨୫ ରେ ଓଡ଼ିଶା ପାରା ବ୍ୟାଡମିଣ୍ଟନ ଆସୋସିଏସନ୍ ପକ୍ଷରୁ ସୌମ୍ୟକାନ୍ତ ମହାକୁଳ ଯୋଗଦାନ କରିଥିଲେ। ଏହି ଅବସରରେ ସେ ଓଡ଼ିଶା ପାରା ବ୍ୟାଡମିଣ୍ଟନ ଆସୋସିଏସନ୍ ପକ୍ଷରୁ ଅଂଶ ଗ୍ରହଣ କରି ଉତ୍ତମ ପ୍ରଦର୍ଶନ କରିଥିଲେ। ଏହି ଜାତୀୟ ମ୍ୟାଚରେ ସୌମ୍ୟକାନ୍ତ ୧୭ ବର୍ଷରୁ କମ ବର୍ଗର ଖେଳି ରୌପ୍ୟ ଓ ୧୯ ବର୍ଷରୁ କମ ବର୍ଗରେ ଖେଳି ବ୍ରୋଞ୍ ପଦକ ହାସଲ କରିଥିଲେ। ତାଙ୍କର ଏହି ପ୍ରଥମ ଜାତୀୟ ସ୍ତରର ଖେଳ ପ୍ରଦର୍ଶନ ଅନେକ ରୋମାଞ୍ଚକର ଓ ଉତ୍ସାହ ପ୍ରଦ ରହିଥିଲା । ଗତକାଲି ସେ ସମ୍ବଲପୁର ଜିଲ୍ଲା ନିଜସ୍ଵ ଘରକୁ ଫେରିଥିଲେ ଏହି ଅବସରରେ କୁଚିଣ୍ଡା ବେଡମିଣ୍ଟନ ଆସୋସିଏନ ଓ ଅରୁଣୋଦୟ ଭିନ୍ନକ୍ଷମ ବିଦ୍ୟାଳୟ ପକ୍ଷରୁ ତାଙ୍କର ସଫଳତା ପାଇଁ ଭବ୍ୟ ସ୍ବାଗତ କରିବା ସହ ସମ୍ମର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏକ ସଭାରେ ମୁଖ୍ୟ ଅତିଥି ଡା ଶରତ ଚନ୍ଦ୍ର ଗୌନ୍ତିଆ ସମ୍ମାନିତ ଅତିଥି ଭାବରେ ଡ଼ା ପ୍ରଶନ୍ନ କୁମାର ସାମଲ, ପୂର୍ବତନ ଉପ ନଗର ପାଲ ଆରତୀ ନାୟକ ମନ୍ତ୍ରୀ ରବିନାରାୟଣ ନାଏକ ଙ୍କ ପ୍ରତିନିଧି ବିଭୁତି କଲ୍ୟାଣ ପଟେଲ ଓ ବେଡମିଣ୍ଟନ ଆସୋସିଏନ ସଭାପତି ରାଜେଶ ଶର୍ମ୍ମା ପ୍ରମୁଖ ଉପସ୍ଥିତ ରହି ଉପଢୌକନ, ପୁଷ୍ପଗୁଚ୍ଛ ପ୍ରଦାନ କରି ପ୍ରଶଂସା କରିଥିଲେ। ସୌମ୍ୟଙ୍କର ସାହାସ ଓ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ହାସଲ କରି ଜିଲ୍ଲା ଓ ରାଜ୍ୟ ତଥା ସ୍କୁଲ ଓ ପାରା ବ୍ୟାଡମିଣ୍ଟନ ଆସୋସିଏସନ୍ ଓଡିଶା ଓ ଆଦିତ୍ୟ ମେହେଟା ଫାଉଣ୍ଡେସନ ପାଇଁ ଗର୍ବ ଆଣିଦେଇଥିବା ଯୋଗୁଁ ଅଞ୍ଚଳ ପାଇଁ ଗୌରବ ବିଷୟ ବୋଲି କହିଥିଲେ। ଏହି ଅବସରରେ ତାଙ୍କ ମାଆ ରୋଜାଲିନ ପ୍ରଧାନ ଓ ପିତା ପ୍ରଦିପ ମହାକୁଳ ଙ୍କ ସହ ସଟଲାର କ୍ଳବ୍ କୁଚିଣ୍ଡା ର ଖେଳ ଶିକ୍ଷକ ସନାତନ ସାର, ରୋପ ଅନୁଷ୍ଠାନ ର ବିଜୟ ଶଙ୍କର ସାହୁ, ତୃପ୍ତିମୟୀ ଦାସ, ଜୁଲି ମହନ୍ତ, ଭୂମିଶ୍ୱେତା ଧୁରୁଆ, ଗଗନ ଓ ପବନ , ରାଜେଶ ସାହୁ ପ୍ରମୁଖ ଉପସ୍ଥିତ ରହି କୃତଜ୍ଞତା ଜଣାଇଥିଲେ ସୌମ୍ୟକାନ୍ତ ମଧ୍ୟ ତାଙ୍କ ସଫଳତା ବିଷୟରେ କହିବା ସହ ସମ୍ବଲପୁର ଜିଲ୍ଲାପାଳ ଓ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର କର୍ମକର୍ତ୍ତା ,ସମ୍ବଲପୁର, କୁଚିଣ୍ଡା ତଥା ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏନରର କର୍ମକର୍ତ୍ତା ଓ ନବୋଦୟ ସ୍କୁଲ୍ ର ଖେଳ ଶିକ୍ଷକଙ୍କ ପ୍ରେରଣା ପାଇଁ ଧନ୍ୟବାଦ୍ ଜଣାଇଛନ୍ତି।
----------
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ