ବଲାଙ୍ଗିର, 30 ସେପ୍ଟେମ୍ବର (ହି.ସ.)
ଶାରଦୀୟ ଦୁର୍ଗାପୂଜା ବହୁତ ଜାଗଜମକରେ ଓ ଭକ୍ତିଭାବରେ ଆମ ଅଂଚଳରେ ପାଳନ କରିଆସୁଛୁଁ । ଏ ଅବସରରେ ମାଁ ଙ୍କ ଆଗମନ ଆମ ଭିତରେ ନୂତନ ଉତ୍ସାହ ଉଦ୍ଦିପନା ସୃଷ୍ଟି କରେ । ମାଁ ଙ୍କ ପୂଜା ମାଧ୍ୟମରେ ଆମେ ସମସ୍ତେ ଏକତ୍ରିତ ହୋଇ ଏକ ଏକତା ବନ୍ଧନରେ ବାନ୍ଧି ହୋଇଥାଉଁ । ମାଁ ଙ୍କ ପୂଜା ଦ୍ୱାରା ଅଂଚଳର ଆମେମାନେ ବିକାଶ କାମନା କରିବା ସହିତ ଅଧର୍ମ ବିରୁଦ୍ଧରେ ଧର୍ମ, ଅନ୍ୟାୟ ବିରୁଦ୍ଧରେ ନ୍ୟାୟ ଓ ଅସତ୍ୟ ବିରୁଦ୍ଧରେ ସତ୍ୟ ଜୟକୁ କାମନା କରିଥାଉ, ଫଳରେ ଏହି ପାର୍ବଣର ମାହୋଲ ଅଂଚଳବାସୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହୁଏ ଯାହାକି ଅଂଚଳର ବିକାଶ ପାଇଁ ପଥ ପରିସ୍କାର ହୁଏ ବୋଲି ଆଜି ପବିତ୍ର ଦଶହରା ଉପଲକ୍ଷେ ବଲାଙ୍ଗିର ବ୍ଲକ ଅଂଚଳର କୁଡାସିଂହା, ସାହାଜବାହାଲ ଏବଂ ପ୍ରସିଦ୍ଧ ଦୈବୀପୀଠ କିରାବାହାଲ ଓ ରାନିପାଲିରେ ମାଁ ଦୁର୍ଗାଙ୍କ ପୀଠ ଦର୍ଶନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ରାନିପାଲି ଓ କିରାବାହାଲ ର ଦୈବୀପୀଠ ପ୍ରତି ଲୋକଙ୍କ ଅଗାଢ ବିଶ୍ୱାସ ଅଛି । ବହୁ ଦୂରାନ୍ତରୁ ଲୋକେ ଏହି ପୀଠକୁ ନିଜ ମାନସିକ ପୁରଣ ପାଇଁ ଦର୍ଶନ ପାଇଁ ଆସିଥାନ୍ତି । ଦେବିଙ୍କର ଏହି ଯାତ୍ରା ଦ୍ୱାରା ଲୋକେ ଯେ କେବଳ ମାନସିକ ସ୍ତରରେ ଶାନ୍ତି ପାଇଥାନ୍ତି ତାହା ନୁହେଁ ଏହି ଯାତ୍ରା ବଳରେ ଏ ଅଂଚଳରେ ଏକତା ଭାବ ସୃଷ୍ଟି ହୁଏ ଯାହାକି ଆଗାମି ବର୍ଷ ପର୍ଯ୍ୟନ୍ତ ଏହା ବଳବତ୍ତ ରହି ଅଂଚଳର ବିକାଶ ରେ ପ୍ରତିଫଳିତ ହୋଇଥାଏ । କୁଡାସିଂହା ଓ ସାହାଜବାହାଲ ରେ ମାଁ ଦୁର୍ଗାଙ୍କ ପୂଜାରେ ଶ୍ରୀ ମିଶ୍ର ସାମିଲ ହେବା ସହ ସେ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଉପସ୍ଥିତ ଜନତାଙ୍କ ସହ ଆଲୋଚନା କରିଥଲେ । ପୂଜାମଣ୍ଡପ ତଥା ଦେବୀ ପୀଠର ସୁପରିଚାଳନା ନେଇ ସଭ୍ୟମାନେ ଶ୍ରୀ ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ଦେବି ଙ୍କ ପୂଜା ଓ ଯାତ୍ରା ଯେପରି ଆହୁରି ବ୍ୟବସ୍ଥିତ ଢଙ୍ଗରେ ହେବ ଏବଂ ଅଧିକ ଜନସମାଗମ ହୋଇପାରିବ ସେ ଦିଗରେ ନିଶ୍ଚିତ ଭାବରେ ସାମୟିକ ଉଦ୍ୟମ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଶ୍ରୀ ମିଶ୍ରଙ୍କ ଏହି ଗସ୍ତ ସମୟରେ ଶଙ୍କର୍ଷଣ ପୁରୋହିତ, ଲିଙ୍ଗରାଜ ପୁଟେଲ, ବିରଂଚି ସାହୁ, ଉଜଲ ସାହୁ, ଜୟ ସାହୁ, ମନୋଜ ଝାଙ୍କର, କୁବେର ସାହୁ, କପିଳ ନନ୍ଦ, ହିମାଂଶୁ ସାହୁ, ସୁଶିଲ ମହାକୁର, ଜୁଲୁ ପଟ୍ଟନାୟକ, ସତ୍ୟନାରାୟଣ ମହାକୁର, ପର୍ମା ସେଠ, ସୂର୍ଯ୍ୟମଣି ବଗର୍ତ୍ତି, ବାଲଗୋପାଳ ମହାକୁର, ଉମାକାନ୍ତ ମହାକୁର, ଲମ୍ବୋଦର ମହାକୁର, ଧନୁ ସିଂ, ଗୋପି ପଟେଲ, ତ୍ରିନାଥ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ