ଲୋୟର ସୁକତେଲ ଡ୍ୟାମ ସ୍ଥଳରେ ମା ବନଦୁର୍ଗାଙ୍କ ଦଶହରା ପୂଜା
ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.)- ଲୋୟର ସୁକତେଲ ଡ୍ୟାମ ପାଶ୍ୱର୍ରେ ପୂଜା ପାଉଛନ୍ତି ମା ବନଦୁର୍ଗା । ବିଭିନ୍ନ ଗ୍ରାମଦେବୀ ବିସ୍ଥାପିତ ହୋଇଥିଲେ ମଧ୍ୟ ଲୋୟର ସୁକତେଲ ଡ୍ୟାମ ତଳେ ପୂଜା ପାଉଛନ୍ତି ମାଁ ବନଦୁର୍ଗା । ସବୁ ବର୍ଷ ପରି ଏ ବର୍ଷ ଦଶହରା ପୂଜା ଆୟୋଜିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ଏହି
ଲୋୟର ସୁକତେଲ ଡ୍ୟାମ ସ୍ଥଳରେ ମାଁ ବନଦୁର୍ଗାଙ୍କ ଦଶହରା ପୂଜା


ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.)- ଲୋୟର ସୁକତେଲ ଡ୍ୟାମ ପାଶ୍ୱର୍ରେ ପୂଜା ପାଉଛନ୍ତି ମା ବନଦୁର୍ଗା । ବିଭିନ୍ନ ଗ୍ରାମଦେବୀ ବିସ୍ଥାପିତ ହୋଇଥିଲେ ମଧ୍ୟ ଲୋୟର ସୁକତେଲ ଡ୍ୟାମ ତଳେ ପୂଜା ପାଉଛନ୍ତି ମାଁ ବନଦୁର୍ଗା । ସବୁ ବର୍ଷ ପରି ଏ ବର୍ଷ ଦଶହରା ପୂଜା ଆୟୋଜିତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଏହି ମନ୍ଦିର ୨୦୦୧ ମସିହାରେ ଲୋୟର ସୁକତେଲ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେବାକୁ ଥିବା ଅଧିବାସି ସ୍ଥାପନ କରିଥିଲେ ଏବଂ ବନଦୁର୍ଗା ମାଁ ଙ୍କ ଉପରେ ଅଗାଢ ବିଶ୍ୱାସ ର ସହ ପୂଜା ପର୍ବ, ଆଶ୍ୱିନ ମାସ ଏବଂ ଚୈତ୍ର ମାସ ରେ ବିଶେଷ ଭାବେ ପାଳନ କରିଆସୁଛନ୍ତି । ଆଜି ସେହି ଅଧିବାସୀମାନେ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇସାରିଛନ୍ତି ତଥାପି ଯିଏ ଯେଉଁଠି ବି ଥାଆନ୍ତୁ ସମସ୍ତେ ଏହି ପାର୍ବଣ ସମୟରେ ଏକତ୍ରିତ ହୋଇ ବନଦୁର୍ଗାଙ୍କ ପୂଜା କରୁଛନ୍ତି । ବନଦୁର୍ଗା ମହୋତ୍ସବ କମିଟି ସଭାପତି ସଂଜୟ ଗଡତ୍ୟା, ଉପ-ସଭାପତି କୈଳାସ ଚନ୍ଦ୍ର ସିଂଦେଓ, ସଂପାଦକ ଜୟକୃଷ୍ଣ ମିଶ୍ର, ସହ-ସଂପାଦକ ବିକାଶ ରଂଜନ ରଥ, ସତ୍ୟ ବନଛୋର, ନରେନ୍ଦ୍ର ବିଶି, ଅଜୟ ଗଡତ୍ୟା ପ୍ରମୁଖ ଆୟୋଜନ କରିଥିଲେ । ପୂଜା କାର୍ଯ୍ୟ ଗହଲ ବରିହା ଓ ଚହଲ ବରିହା ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande