ମା ସୁରେଶ୍ଵରୀଙ୍କ ବେଶ ଦର୍ଶନ ଓ ଚଣ୍ଡୀ ଯଜ୍ଞରେ ଲକ୍ଷାଧିକ ଭକ୍ତଙ୍କ ସମାଗମ : ଆଜି କୁମାରୀ ପୂଜା ସନ୍ଧ୍ୟାରେ ସନ୍ଧି ପୂଜା ଗୁରୁବାର ହେବ ଅପରାଜିତା ପୂଜା
ସୁବର୍ଣ୍ଣପୁର, ୩୦ ସେପ୍ଟେମ୍ବର (ହି.ସ.)- ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ପାଇଁ ମା ଙ୍କ ପୀଠ ତଥା ସହର ଚଳ ଚଞ୍ଚଳ ହୋଇ ଉଠିଛି l ଆଜି ମଙ୍ଗଳବାର ଅଷ୍ଟମୀ ତିଥି ରେ ମା ଙ୍କ ଯଜ୍ଞ ମଣ୍ଡପ ରେ ହେଉଛି କୁମାରୀ ପୂଜା ଓ ସ
ମା ସୁରେଶ୍ଵରୀ ଙ୍କ ବେଶ ଦର୍ଶନ ଓ ଚଣ୍ଡୀ ଯଜ୍ଞ ରେ ଅଗଣିତ ଭକ୍ତ ଙ୍କ ସମାଗମ*- *ଆଜି କୁମାରୀ ପୂଜା ସନ୍ଧ୍ୟାରେ ସନ୍ଧି ପୂଜା ଗୁରୁବାର ହେବ ଅପରାଜିତା ପୂଜା


ମା ସୁରେଶ୍ଵରୀ ଙ୍କ ବେଶ ଦର୍ଶନ ଓ ଚଣ୍ଡୀ ଯଜ୍ଞ ରେ ଅଗଣିତ ଭକ୍ତ ଙ୍କ ସମାଗମ*- *ଆଜି କୁମାରୀ ପୂଜା ସନ୍ଧ୍ୟାରେ ସନ୍ଧି ପୂଜା ଗୁରୁବାର ହେବ ଅପରାଜିତା ପୂଜା


ମା ସୁରେଶ୍ଵରୀ ଙ୍କ ବେଶ ଦର୍ଶନ ଓ ଚଣ୍ଡୀ ଯଜ୍ଞ ରେ ଅଗଣିତ ଭକ୍ତ ଙ୍କ ସମାଗମ*- *ଆଜି କୁମାରୀ ପୂଜା ସନ୍ଧ୍ୟାରେ ସନ୍ଧି ପୂଜା ଗୁରୁବାର ହେବ ଅପରାଜିତା ପୂଜା


ମା ସୁରେଶ୍ଵରୀ ଙ୍କ ବେଶ ଦର୍ଶନ ଓ ଚଣ୍ଡୀ ଯଜ୍ଞ ରେ ଅଗଣିତ ଭକ୍ତ ଙ୍କ ସମାଗମ*- *ଆଜି କୁମାରୀ ପୂଜା ସନ୍ଧ୍ୟାରେ ସନ୍ଧି ପୂଜା ଗୁରୁବାର ହେବ ଅପରାଜିତା ପୂଜା


ସୁବର୍ଣ୍ଣପୁର, ୩୦ ସେପ୍ଟେମ୍ବର (ହି.ସ.)- ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ପାଇଁ ମା ଙ୍କ ପୀଠ ତଥା ସହର ଚଳ ଚଞ୍ଚଳ ହୋଇ ଉଠିଛି l ଆଜି ମଙ୍ଗଳବାର ଅଷ୍ଟମୀ ତିଥି ରେ ମା ଙ୍କ ଯଜ୍ଞ ମଣ୍ଡପ ରେ ହେଉଛି କୁମାରୀ ପୂଜା ଓ ସନ୍ଧି ପୂଜା l ଏବଂ ଗୁରୁବାର ଦଶମୀ ତିଥି ରେ ଅନୁଷ୍ଠିତ ହେବ ଅପରାଜିତ ପୂଜା l ମା ସୁରେଶ୍ଵରୀ ଙ୍କ ବିଭିନ୍ନ ବେଶ ଦର୍ଶନ ଓ ସନ୍ଧ୍ୟା ଆଳତୀ ରେ ପ୍ରତ୍ୟହ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେଉଥିବା ବେଳେ ଯଜ୍ଞ ମଣ୍ଡପ ଆଗରେ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ମଧ୍ୟ ଭକ୍ତଙ୍କ ଖୁବ୍ ଭିଡ଼ ଦେଖିବାକୁ ମିଳୁଛି l ଯଜ୍ଞ କମିଟି ପକ୍ଷରୁ ଆୟୋଜିତ ଏହି ସାମୁହିକ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ସହରର ସ୍ୱଚ୍ଛ ଭାରତ ସଂଗଠନ, ଫରେଷ୍ଟ ପାର୍କ ଓ ଗୋପାଲ୍ହି ଯୋଗ ଅନୁଷ୍ଠାନ ଓ ସହରର ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ସ୍ବେଛାସେବୀ ସହଯୋଗ ର ହାତ ବଢାଇଛନ୍ତି l ସୁରେଶ୍ଵରୀ ଙ୍କ ମନ୍ଦିର ଯଜ୍ଞ ମଣ୍ଡପ ଠାରେ ଏକାଠି ବିରାଜ ମାନ ହୋଇଥିବା ସହରର ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀ, ଅଷ୍ଟ ହନୁମାନ, ଅଷ୍ଟ ଭୈରବ ଦେବା ଦେବୀ ଙ୍କ ଦର୍ଶନ କରି ଦୂର ଦୁରାନ୍ତର ଭକ୍ତ ଶ୍ରଦ୍ଧାଳୁ ଖୁବ ଖୁସି ବ୍ୟକ୍ତ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି l ଓ ଏକାଠି ସବୁ ଦେବା ଦେବୀ ଙ୍କ ଦର୍ଶନ ବି ଏକ ଅପୂର୍ବ ସୁଯୋଗ ବୋଲି ଭକ୍ତ ମାନେ ପ୍ରକାଶ କରିଛନ୍ତି l ପୁରୀ ଶ୍ରୀକ୍ଷେତ୍ରର ପଣ୍ଡିତ ଓ ସ୍ଥାନୀୟ ପଣ୍ଡିତ ମାନଙ୍କ ଦ୍ବାରା ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା ପରେ ରୀତି ନୀତି ରେ ଘୃତ ଯଜ୍ଞ ଅନୁଷ୍ଠିତ ହୋଇ ଅପରାହ୍ନ ରେ ମହା ଆଳତୀ ଅନୁଷ୍ଠିତ ହେଉଛି l ମହାପ୍ରଭୁ ଙ୍କ ଏହି ଅପୂର୍ବ ଦର୍ଶନ ଓ ଆଜି ର ଏହି ଆଳତୀ ଦର୍ଶନ ରେ ପ୍ରାକ୍ତନ ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ, ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ, ଏସପି ନାରାୟଣ ନାୟକ ପ୍ରମୁଖ ବିଭିନ୍ନ ଜିଲ୍ଲା ର ଜିଲ୍ଲା ଦୌରା ଜଜ୍ ସ ପରିବାର ସାମିଲ ହୋଇ ପ୍ରଭୁ କୃପା ଲାଭ କରିଥିଲେ l ଯଜ୍ଞ ମଣ୍ଡପ ରେ ବିରାଜମାନ ଏହି ଯଜ୍ଞ ପାଇଁ ପ୍ରତି ବର୍ଷ ଜିଲ୍ଲା ତଥା ଦୂର ଦୁରାନ୍ତର ଭକ୍ତ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ହେଉଥିବାରୁ ଜିଲ୍ଲା ତଥା ପୋଲିସ ପ୍ରଶାସନ, ଯଜ୍ଞ କମିଟି ଓ ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ସମସ୍ତ ସୁରକ୍ଷା ପାଇଁ ପ୍ରସ୍ତୁତି ହୋଇଥିବା ବିଷୟ ମା ଙ୍କ ଯଜ୍ଞ କମିଟି ପକ୍ଷରୁ ସୂଚନା ମିଳିଛି l ଆସନ୍ତା କାଲି ୧ ତାରିଖ ନବମୀ ବୁଧବାର ଦିନ ବିଲୁପ୍ତ ପ୍ରାୟ ଜିଲ୍ଲା ର ପ୍ରାଚୀନ ଲୋକ କଳା ବାଡି ଖେଳ ଓ ପଞ୍ଚ ବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଜିଲ୍ଲାପାଳ, ଏସପି ଓ ବହୁ ବରେଣ୍ୟ ଅତିଥି ଏଠାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏହି ଆକର୍ଷଣୀୟ ଖେଳ ବା ସାଂସ୍କୃତିକ କର୍ଯ୍ୟ କ୍ରମ ର କଳାକାର ଙ୍କୁ ଉତ୍ସାହିତ କରିବା କୁ ଜନ ସାଧାରଣ ଙ୍କୁ କମିଟି ପକ୍ଷରୁ ନିବେଦନ କରା ଯାଇଛି l ଯଜ୍ଞ ଆରମ୍ଭ ରୁ ମନ୍ଦିର ରେ ପ୍ରବାସ ପରେ ଦୂର ଦୁରାନ୍ତର ସାଧୁ ସନ୍ଥ ଏଠି ମନ୍ଦିର ସଫେଇ କରି ସ୍ୱଚ୍ଛତା ପରିବେଶ ର ବାର୍ତ୍ତା ଦେଇ ନିଜ ପରିବେଶ ସହର ସ୍ୱଚ୍ଛ ରଖିବାକୁ ଓ ନିଜ ଜିଲ୍ଲା ର ବିକାଶ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ସଚେତନ କରାଇଛନ୍ତି l

ଗତକାଲି ଦିଲ୍ଲୀ ରୁ କିଛି ଓଡ଼ିଆ ଝିଅ ଏଠି ପହଞ୍ଚି ମା ସୁରେଶ୍ଵରୀ ଙ୍କ ଦିବ୍ୟ ଦର୍ଶନ ଲାଭ କରିଥିଲେ l ଜଷ୍ଟିସ ଶ୍ରୀ ଦାଶଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ଯଜ୍ଞ ର ସମସ୍ତ କାର୍ଯ୍ୟ କ୍ରମ ପରିଚାଳନା ରେ କମିଟି ସଦସ୍ୟ ତଥା ଆଇନଜୀବୀ ପ୍ରଦୀପ ପୁରୋହିତ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, ମାନଭଞ୍ଜନ ବେଦବାକ, ଶେଷ ଦେବ ମେହେର, ପ୍ରତାପ ଦେହୁରୀ, ଅଭିଳାଷ ମିଶ୍ର, ରଶ୍ମି ସାହୁ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande