ସିଦ୍ଧିଦାତ୍ରୀ ବେଶରେ ନବରାତ୍ରୀ ନବମ ଦିନରେ ଦର୍ଶନ ଦେଲେ ମା ଦୁର୍ଗା ମା ସମଲେଶ୍ବରୀ
ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.)- ଶାରଦୀୟ ନବରାତ୍ରିର ନବମ ଦିନରେ ଅଜି ମା ଦୂର୍ଗାଙ୍କ ଶେଷ ରୂପ ମା ସିଦ୍ଧିଦାତ୍ରୀ ରୁପରେ ମା ଦୁର୍ଗା ମା ସମଲେଶ୍ବରୀଙ୍କ ଦର୍ଶନ କରି ଉପାସନା କରୁଛନ୍ତି ଭକ୍ତ ମାନେ । ଆଜି ମା'' ଙ୍କ ଦର୍ଶନ ପାଇଁ ଭୋର୍ ସମୟରୁ ଭିଡ଼ ଲାଗିଥିଲା। ଗତକାଲି ଭାଇ ଜୁଇନ୍ତିଆ ପରେ ଆଜି
ସିଦ୍ଧିଦାତ୍ରୀ ବେଶରେ ନବରାତ୍ରୀ ନବମ ଦିନରେ ଦର୍ଶନ ଦେଲେ ମା ଦୁର୍ଗା ମା ସମଲେଶ୍ବରୀ


ସିଦ୍ଧିଦାତ୍ରୀ ବେଶରେ ନବରାତ୍ରୀ ନବମ ଦିନରେ ଦର୍ଶନ ଦେଲେ ମା ଦୁର୍ଗା ମା ସମଲେଶ୍ବରୀ


ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.)- ଶାରଦୀୟ ନବରାତ୍ରିର ନବମ ଦିନରେ ଅଜି ମା ଦୂର୍ଗାଙ୍କ ଶେଷ ରୂପ ମା ସିଦ୍ଧିଦାତ୍ରୀ ରୁପରେ ମା ଦୁର୍ଗା ମା ସମଲେଶ୍ବରୀଙ୍କ ଦର୍ଶନ କରି ଉପାସନା କରୁଛନ୍ତି ଭକ୍ତ ମାନେ । ଆଜି ମା' ଙ୍କ ଦର୍ଶନ ପାଇଁ ଭୋର୍ ସମୟରୁ ଭିଡ଼ ଲାଗିଥିଲା। ଗତକାଲି ଭାଇ ଜୁଇନ୍ତିଆ ପରେ ଆଜି ସକାଳୁ ଭଉଣୀ ମାନେ ମା ଙ୍କ ଦର୍ଶନ ପାଇଁ ଦେବୀ ପୀଠ ମାନଙ୍କରେ ସାଧାରଣ ଦିନ ଠାରୁ ଅଧିକ ଭିଡ଼ ଥିବା ବେଳେ ଆଜି ସନ୍ଧ୍ୟାରେ ମାଙ୍କ ଠାରେ ସନ୍ଧି ପୁଜା ହୋଇଥିଲା।

ଶାରଦୀୟ ନବରାତ୍ରିର ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ସମର୍ପିତ । ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରିଥାନ୍ତି । ଅଷ୍ଟ ସିଦ୍ଧି ଠାରୁ ଅଷ୍ଟାଦଶ ସିଦ୍ଧି ପର୍ଯ୍ୟନ୍ତ ସକଳ ସିଦ୍ଧି କୃପା କରି ପ୍ରଦାନ କରିଥାନ୍ତି ମା । ମା’ ସିଦ୍ଧିଦାତ୍ରୀ ଅସୁରଙ୍କ ଅତ୍ଯାଚାରରୁ ପୃଥିବୀକୁ ମୁକ୍ତ କରିବା ପାଇଁ ଅବତାର ନେଇଥିଲେ । ନବରାତ୍ରିର ପର୍ବରେ ମା’ ଦୁର୍ଗାଙ୍କ ୯ ଅଲଗା ଅଲଗା ରୂପରେ ପୂଜା କରାଯାଏ । ପ୍ରତିପଦା ତିଥିରେ ମା’ ନବମୀ ତିଥିରେ ମା ଦୁର୍ଗା ବିଭିନ୍ନ ରୂପ ନେଇ ଅସୁରକୁ ବଧ କରନ୍ତି ।

ମା ସିଦ୍ଧିଦାତ୍ରୀ ଚତୁର୍ଭୂଜା, ସିଂହବାହିନୀ, ପଦ୍ମାସୀନା, ସେ ଡ଼ାହାଣ ପଟ ହାତରେ ଗଦା ଓ ତଳ ହାତରେ ଚକ୍ର ଏବଂ ବାମ ପଟ ଉପର ହାତରେ ପଦ୍ମ ଓ ତଳ ହାତ ରେ ଶଙ୍ଖ ଧାରଣ କରିଛନ୍ତି । ନବଦୁର୍ଗା ମଧ୍ୟରେ ମା ସିଦ୍ଧିଦାତ୍ରୀ ହେଉଛନ୍ତି ଶେଷ ଦୁର୍ଗା ।

ଶାସ୍ତ୍ର ବିଧି ବିଧାନ ଅନୁସାରେ ଅଷ୍ଟ ଦୁର୍ଗାଙ୍କର ପୂଜା ଉପାସନା ଶେଷ କରି ସାଧକ ନବମ ଦିନ ମା ସିଦ୍ଧିଦାତ୍ରୀଙ୍କ ଉପାସନା କଲା ପରେ ମାତା ପୂର୍ଣ୍ଣ ଉପାସନାର ସକଳ ସିଦ୍ଧି ପ୍ରଦାନ କରିଥାନ୍ତି । ସକଳ କାମନା ପୂର୍ଣ୍ଣ ହୋଇଥାଏ । ମାତା ଭଗବତୀଙ୍କର ଅଖଣ୍ଡ କୃପା ସଦା ସର୍ବଦା ପ୍ରାପ୍ତ ହୋଇଥାଏ । ଧ୍ୟାନ ସ୍ମରଣ ପୂଜନ ଦ୍ୱାରା ଆମକୁ ଏହି ସଂସାରର ଅସାରତା ବୋଧ କରାଇ ବାସ୍ତବିକ ପରମ ଶାନ୍ତି ଓ ଅମୃତପଦ ପ୍ରାପ୍ତି ହୋଇଥାଏ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande