ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବିଭିନ୍ନ ଦୁର୍ଗାମଣ୍ଡପ ବୁଲିଲେ
ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଆଜି ଶାରଦୀୟ ଦୁର୍ଗାପୂଜାର ପବିତ୍ର ମହାଷ୍ଟମୀ ଅବସରରେ ଚଳଚଂଚଳ ହୋଇ ଉଠିଛି ସମଗ୍ର ପୂଜା ମଣ୍ଡପ। ଏହି ଅବସରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ବିଜେଡି ଭଦ୍ରକ ବ୍ଲକ୍ ସଭାପତି
PRAFULLA SAMALA PUJA MANDAP BULILE


ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଆଜି ଶାରଦୀୟ ଦୁର୍ଗାପୂଜାର ପବିତ୍ର ମହାଷ୍ଟମୀ ଅବସରରେ ଚଳଚଂଚଳ ହୋଇ ଉଠିଛି ସମଗ୍ର ପୂଜା ମଣ୍ଡପ। ଏହି ଅବସରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ବିଜେଡି ଭଦ୍ରକ ବ୍ଲକ୍ ସଭାପତି ପ୍ରଫୁଲ୍ଲ ନାୟକ, ଭଦ୍ରକ ବ୍ଲକ୍‌ର ପୂର୍ବତନ ସଂପାଦକ ରଘୁନାଥ ପଣ୍ଡା, କାଉପୁର ଗ୍ରାମପଂଚାୟତର ସରପଂଚଙ୍କ ପ୍ରତିନିଧି ମୁକ୍ତିକାନ୍ତ ସାହୁ, କାଉପୁର ଗ୍ରାମପଂଚାୟତର ସଭାପତି ଦେବବ୍ରତ ତ୍ରିପାଠୀ, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସଂପାଦକ ବିକାଶ ଶ୍ରେଷ୍ଠା ଓ ଯୁବନେତା ମହେଶ୍ୱର ନାଥଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ଯୁବ ନେତୃମଣ୍ଡଳୀ ବିଭିନ୍ନ ଦୁର୍ଗା ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଏବଂ ଭଦ୍ରକବାସୀଙ୍କ ସୁଖଶାନ୍ତି ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ବିଶେଷକରି ମା’ଙ୍କ ଦିବ୍ୟ କୃପାରେ ଭଦ୍ରକ ସର୍ବଦା ଉନ୍ନତି ପଥ, ସମୃଦ୍ଧି ମାର୍ଗ ଓ ଶାନ୍ତିପଥରେ ଅଗ୍ରସର ହେଉ ବୋଲି ଏହି ନେତୃମଣ୍ଡଳୀ କାମନା କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande