ନିଶାମୁକ୍ତ ଗ୍ରାମ ଗଠନ ପାଇଁ ଅଂଟା ଭିଡ଼ିଲା ରାଜ୍ୟ ସରକାର
ଅକ୍ଟୋବର ୨ରୁ ଡ୍ରଗ୍ସ ଫ୍ରି ଭୁବନେଶ୍ୱର ଅଭିଯାନ ଭୁବନେଶ୍ୱର , ୩୦ ସେପ୍ଟେମ୍ବର (ହି.ସ.)- ନିଶାମୁକ୍ତ ଗ୍ରାମ ଗଠନ ପାଇଁ ଅଂଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଆମ ସଂକଳ୍ପ ନିଶା ନୁହେଁ ଜୀବନ । ଡ୍ରଗ୍ସ ଫ୍ରି ଭୁବନେଶ୍ୱର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେବ। ମଦ୍ୟପାନ କରି ଗାଡ
ନିଶାମୁକ୍ତ ଗ୍ରାମ ଗଠନ ପାଇଁ ଅଂଟା ଭିଡ଼ିଲା ରାଜ୍ୟ ସରକାର


ଅକ୍ଟୋବର ୨ରୁ ଡ୍ରଗ୍ସ ଫ୍ରି ଭୁବନେଶ୍ୱର ଅଭିଯାନ

ଭୁବନେଶ୍ୱର , ୩୦ ସେପ୍ଟେମ୍ବର (ହି.ସ.)- ନିଶାମୁକ୍ତ ଗ୍ରାମ ଗଠନ ପାଇଁ ଅଂଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଆମ ସଂକଳ୍ପ ନିଶା ନୁହେଁ ଜୀବନ । ଡ୍ରଗ୍ସ ଫ୍ରି ଭୁବନେଶ୍ୱର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେବ। ମଦ୍ୟପାନ କରି ଗାଡି ଚାଳନା ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବା ପାଇଁ ଆରଟିଓ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ନିଶା ଅପବ୍ୟବହାରର ବିପଦକୁ ମୁକାବିଲା କରିବା ଏବଂ ଏକ ସୁସ୍ଥ, ନିରାପଦ ଏବଂ ନିଶାମୁକ୍ତ ସମାଜକୁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ଲକ୍ଷ୍ୟ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ସେ କହିଛନ୍ତି ଯେ ଅବକାରୀ ବିଭାଗ ସ୍ୱତନ୍ତ୍ର ସଚେତନତା ଏବଂ ପ୍ରବର୍ତନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଡ୍ରଗ୍ସ ଫ୍ରି ଭୁବନେଶ୍ୱର ଆୟୋଜନ କରିବ । ଆସନ୍ତା ଅକ୍ଟୋବର ୨ ରେ ସଚେତନତା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ୨ ଅକ୍ଟୋବରରୁ ଏକ ମାସ ପାଇଁ କାର୍ଯ୍ୟକ୍ରମ ଚାଲିବ । ପ୍ରଚାର ସମୟରେ ବାର୍ତା ପ୍ରସାର ପାଇଁ ପିଆର ଏବଂ ଡିଡବ୍ଲୁ ବିଭାଗ ରାଜ୍ୟର ସମସ୍ତ ଗ୍ରାମ ପଂଚାୟତ ଏବଂ ପଞ୍ଚାୟତ ସମିତିକୁ ସାମିଲ କରାଯିବ । ପ୍ରତ୍ୟେକ ଗ୍ରାମପଂଚାୟତରେ ୨ ଅକ୍ଟୋବରରେ ଗ୍ରାମସଭାର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ନିଶା ସମସ୍ୟା ଉପରେ ଆଲୋଚନା କରାଯିବ । ନିଶାମୁକ୍ତ ଗ୍ରାମ ଗଠନ ପାଇଁ ପ୍ରୟାସ କରିବାକୁ ଗ୍ରାମପଂଚାୟତ ମାନଙ୍କୁ ଉତ୍ସାହିତ କରାଯିବ । ସଫଳ ଗ୍ରାମପଂଚାୟତମାନଙ୍କୁ ସ୍ଥାନିତ କରାଯିବ । ଏବଂ ତା’ପରେ, ଶ୍ରେଷ୍ଠ ତିନି ଗ୍ରାମପଂଚାୟତଙ୍କୁ ପୁରସ୍କାର ଘୋଷଣା କରାଯିବ । ଏସଏସଇପିଡି ବିଭାଗ ବିଭିନ୍ନ ଏନଜିଓ ଗୁଡ଼ିକୁ ସାମିଲ କରି ରାଜ୍ୟର ବିଭିନ୍ନ ନିଶା ନିବାରଣ କେନ୍ଦ୍ର ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମାସ ମଧ୍ୟରେ ସ୍ୱାସ୍ଥ୍ୟ ଶିବିର, କର୍ମଶାଳା, ସମ୍ମିଳନୀରେ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ କରିବ । ବାଣିଜ୍ୟ ଏବଂ ପରିବହନ,ସ୍କୁଲ ଏବଂ ଗଣଶିକ୍ଷା, ମିଶନ ଶକ୍ତି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଏସଏସ ଏବଂ ଇପିଡି, କ୍ରୀଡା ଏବଂ ଯୁବ ସେବା ବିଭାଗ ସହ ଅବକାରୀ ବିଭାଗ ମିଳିତ ଭାବେ କାର୍ଯ୍ୟକ୍ରମ କରିବେ । ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନଲାଇନ ପ୍ରବନ୍ଧ/ବିତର୍କ ପ୍ରତିଯୋଗିତା ଆୟୋଜନ କରି ସଚେତନତା କାର୍ଯ୍ୟକ୍ରମ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande