କେନ୍ଦ୍ରାପଡା, ୩୦ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଫକିରାବାଦ ଗ୍ରାମର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ମିର୍ କାସିମ୍ଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେଲା ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡିତ ଥାଇ ଭୁବନେଶ୍ୱରର ଏକ ନର୍ସିଂ ହୋମ୍ରେ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକର ଖବର ପାଇ ସ୍ଥାନୀୟ ଅଂଚଳର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଥିଲା । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୈାର ଅଧ୍ୟକ୍ଷା ସରୀତା ସାହୁ, ସମାଜସେବୀ ରଞ୍ଜିତ୍ କୁମାର ସାହୁ, ମୀର ଖଲିଲ୍, କାଉନ୍ସିଲର ହିବଜୁର୍ ରହେମାନ୍, ବିଜେପି ନେତା ମହମ୍ମଦ ସଲ୍ଲିମ୍ ପ୍ରମୁଖ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ । ଫକିରାବାଦ କବରସ୍ଥାନରେ ତାଙ୍କୁ କବର ଦିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ